ନୂଆଦିଲ୍ଲୀ, (ଏଟିଆରବ୍ୟୁରୋ): ଟ୍ୱିଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଜ୍ୟାକ ଡୋର୍ସିଙ୍କ ଆକାଉଣ୍ଟ ହ୍ୟାକ । ଅଭିଯୋଗ ହୋଇଛି ତାଙ୍କ ଟ୍ୱିଟର ଆକାଉଣ୍ଟରୁ ବହୁ ଆପତ୍ତିଜନକ ମେସେଜ କରାଯାଇଛି। ହ୍ୟାକ ପରେ କିଛି ଟ୍ୱିଇଟ ଅଧାଘଣ୍ଟାରୁ ଅଧିକ ସମୟ ତାଙ୍କ ପ୍ରୋଫାଇଲରେ ଥିଲା । ପରେ ଟ୍ୱିଟର ଟେକ୍ନିକାଲ ଟିମ ଆକାଉଣ୍ଟ ରିକୋଭର କରିଥିଲେ । ଜ୍ୟାକଙ୍କର ପ୍ରାୟ ୪୨ଲକ୍ଷ ଫଲୋଅର୍ସ ରହିଛନ୍ତି । କିଛି ସମୟ ପରେ ଟ୍ୱିଟର ୟୁଜର୍ସ ଟ୍ୱିଟ କରି ଟୁ ଷ୍ଟେପ ଭେରିଫିକେସନ ଟ୍ୱିଟର ସହ ସଂସ୍ଥାପକଭ୍କ ଆକାଉଣ୍ଟ ସୁରକ୍ଷିତ କଣ ପାଇଁ ରଖିପାରିଲେ ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ ।
ବଡ଼ କଥା ହେଉଛି ଖୋଦ୍ ହ୍ୟାକର ଜ୍ୟାକଙ୍କ ଟ୍ୱିଟର ଆକାଉଣ୍ଟ ଜରିଆରେ ବହୁ ଖରାପ ବିବରଣୀ ଦେବା ସହ ତାଙ୍କର ମୁଖ୍ୟାଳୟରେ ବମ ରହିଥିବା ଭ୍ରମ ପ୍ରଚାର କରିଥିଲେ । ଆକାଉଣ୍ଟ ହ୍ୟାକ ହୋଇଥିବା ଖବର ପ୍ରଚାର ପରେ ହ୍ୟାକର ସେହି ଟ୍ୱିଟକୁ ଡିଲିଟ କରିଦେଇଥିଲେ । କିଛି ଟ୍ୱିଟରେ # ଚକଲିଙ୍ଗସ୍କେ୍ୱଡ଼ ମଧ୍ୟ ଲେଖାଯାଇଥିଲା । ମିଳିଥିବା ସୂଚନା ଅନୁସାରେ ହ୍ୟାକର ଜର୍ମାନୀ ସମର୍ଥନ ଟ୍ୱିଟ ମଧ୍ୟ କରିଥିଲେ । ଟ୍ୱିଟର ମୁଖପାତ୍ର କହିନ୍ତି ଯେ, ସେ ଜାଣିଛନ୍ତି ଜ୍ୟାକଙ୍କ ଆକାଉଣ୍ଟ ହ୍ୟାକ ହୋଇଛି ଏହା ଉପରେ ତଦନ୍ତ କରାଯାଉଛି ।