ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଲ୍ ଗେଟ୍ସ ଦମ୍ପତ୍ତିଙ୍କ ମଧ୍ୟରେ ଫାଟକ ସୃଷ୍ଟି । ବିବାହର ୨୭ ବର୍ଷ ପରେ ଅଲଗା ହେବାକୁ ନିଷ୍ପତି ନେଲେ ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍ସ । ଉଭୟ ଏକ ବୟାନ ଜାରି କହିଛନ୍ତି କି, ଆମେ ଆମର ବିବାହ ବିଛେଦ ପାଇଁ ନିଷ୍ପତି ନେଇଛୁ ।
ସେ କହିଛନ୍ତି କି, ଅନେକ ଆଲୋଚନା ଏବଂ ସମ୍ପର୍କରେ ରହି କାମ କରିବା ପରେ ଆମେ ଆମ ବିବାହ ବିଛେଦର ନିଷ୍ପତି ନେଇଛୁ । ୨୭ ବର୍ଷ ମଧ୍ୟରେ ଆମର ତିନୋଟି ସନ୍ତାନକୁ ପାଳି ପୋଶି ବଡ କରିଛୁ । ଆମେ ଏକ ଫାଉଣ୍ଡେସନ ନିର୍ମାଣ କରିଛୁ ଯାହା ବିଶ୍ୱସ୍ତରରେ ଲୋକ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଜୀବନଧାରଣ ପାଇଁ କାମ କରୁଛି । ଏହି ମିଶନ ପାଇଁ ଆମର ଚିନ୍ତାଧାରା ଏକା ରହିବ ଏବଂ ଏକାଠି କାମ କରିବୁ କିନ୍ତୁ ଆଗକୁ ପତି ପତ୍ନୀ ଭାବେ ରହି ପାରିବୁ ନାହିଁ ।