ନେପିୟର (ଏଟିଆର ବ୍ୟୁରୋ); ପାଞ୍ଚ ହଜାର ରନ କ୍ଳବରେ ସାମିଲ ହୋଇଛନ୍ତି ଭାରତୀୟ ବାମ ହାତୀ ଓପନର ବ୍ୟାଟ୍ସ ମ୍ୟାନ ଶିଖର ଧାୱନ । ଏହି ମାଇଲଖୁଣ୍ଟ ପାର କରିବା ପରେ ଧାୱନ ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଳାରାଙ୍କ ସହ ଯୁଗ୍ମ ଚତୁର୍ଥ ସ୍ଥାନରେ ରହିଛନ୍ତି । ଲାରା ୧୧୮ ପାଳିରେ ଏହି ମାଇଲଖୁଣ୍ଟକୁ ପାର କରିଥିଲେ । ତେବେ ଧାୱନ ମଧ୍ୟ ସେହି ୧୧୮ ପାଳିରେ ଏହି ସ୍କୋର ସଂଗ୍ରହ କରିଛନ୍ତି । ଏହି କ୍ଳବରେ ସାମିଲ ହେବା ପରେ ଦଳୀୟ ଖେଳାଳିମାନେ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୪୮ ରନ କରି ପଡିଆରେ ମହଜୁଦ ଅଛନ୍ତି ଗବର ।
ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଖେଳିବା ପୂର୍ବରୁ ପାଞ୍ଚ ହଜାର ସ୍କୋରଠାରୁ ମାତ୍ର ୧୦ ରନ ଦୂରରେ ରହିଥିଲେ ଗବର । ତେବେ ଏହି ମ୍ୟାଚରେ ଧୂଆଁଧାର ବ୍ୟାଟିଂ କରିଥିବାରୁ ସେ ଏହି ମାଇଲଖୁଣ୍ଟକୁ ପାର କରିଦେଇଛନ୍ତି । ସେପଟେ ଏହି ମ୍ୟାଚରେ କୋହଲିଙ୍କ ପାଇଁ ମଧ୍ୟ ରେକର୍ଡ କରିବା ପାଇଁ ସୁଯୋଗ ଥିଲା । ଯଦି ସେ ଏହି ମ୍ୟାଚରେ ଶତକ ହାସଲ କରିଥାଆନ୍ତେ ତେବେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୬ଟି ଶତକ ହାସଲ କରି ନିଆରା ରେକର୍ଡ କରିଥାଆନ୍ତେ । ପୂର୍ବରୁ ସଚିନ,ସେହ୍ୱାଗ ଏବଂ ଅଷ୍ଟ୍ରେଲିଆ ଖେଳାଳି ରିଙ୍କି ପଏଣ୍ଟି ପାଞ୍ଚଟି ଲେଖାଏଁ ଶତକ ହାସଲ କରିସାରିଛନ୍ତି ନ୍ୟୁଜିଲାଣ୍ଡ ବିପକ୍ଷରେ ।