ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାମାରୀ କରୋନା ମୁକାବିଲା ପାଇଁ ସାରା ବିଶ୍ୱ ଲାଗି ପଡିଛି । କିନ୍ତୁ ଏହାରି ଭିତରେ ଖୁସୀ ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ ଏବେ କରୋନା ମୁକ୍ତ ହୋଇଛି ନ୍ୟୁଜିଲାଣ୍ଡ । ଏନେଇ ନ୍ୟୁଜିଲାଣ୍ଡର ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି ।
ନ୍ୟୁଜିଲାଣ୍ଡରେ ଥିବା ଶେଷ କରୋନା ରୋଗୀ ଏବେ ସୁସ୍ଥ ହୋଇ ସାରିଛନ୍ତି । ଏହି ରୋଗୀ ସୁସ୍ଥ ହେବାର ୧୭ ଦିନ ହେବ କୌଣସି ନୂତନ ମାମଲା ସାମ୍ନାକୁ ଆସି ନାହିଁ । ଏନେଇ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି କି, ଦେଶ ବାହାରୁ ନୂତନ ମାମଲା ସାମ୍ନାକୁ ଆସିପାରେ । ଭାଇରସ ପାଇଁ ନାଗରିକ ଏବଂ ନିବାସୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ ଲୋକଙ୍କ ପାଇଁ ଦେଶର ସୀମା ବନ୍ଦ ରହିଛି ।
ସ୍ୱାସ୍ଥ୍ୟ ମହାନିର୍ଦ୍ଦେଶକଙ୍କ କହିବାନୁଯାୟୀ, ଏହାଏକ ଭଲ ଅନୁଭବ । ଗତ ଫେବୃଆରୀ ୨୮ ପରେ କୌଣସି ସକ୍ରିୟ ମାମଲା ସାମ୍ନାକୁ ନଆସିବା ନିଶ୍ଚିତ ରୁପେ ଆମ ଯାତ୍ରାର ଏକ ଭଲ ଅନୁଭବ । କିନ୍ତୁ ପୂର୍ବରୁ ଆମେ ଯେଉଁଭଳି ଭାବେ କହିଥିଲୁ କି କରୋନା ବିରୋଧରେ ଜାରି ଥିବା ସତର୍କତା ନିଶ୍ଚିତ ରୁପେ ଜାରି ରହିବ ।