ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ପାକିସ୍ତାନ ର ଅସଲ ମୁଖା ଖୋଲି ଯାଇଛି । ଏନେଇ ଖାଲି ରକ୍ତ ଚାଉଳ ଚୋବାଉଛି ପାକ୍ । ଇତି ମଧ୍ୟରେ ଏହି ମାମଲାକୁ ନେଇ ପାକିସ୍ତାନ ଟିଭି ଚ୍ୟାନେଲର ଏକ ସୋ’ରେ ଆଙ୍କର ଯେତେବେଳେ ପାକ୍ ବିଦେଶମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି , ସେ ଭଡକି ଯାଇଛନ୍ତି । ଏହି ମାମଲାରେ ଯେଉଁ ଦେଶ ଗୁଡିକ ପାକ୍ କୁ ସମର୍ଥନ କରୁଛନ୍ତି ବୋଲି ପାକ୍ କହିବୁଲିଛି ସେନେଇ ଆଙ୍କର ପ୍ରଶ୍ନ କରିବାରୁ ବିଦେଶମନ୍ତ୍ରୀ ରାଗି ରାଗିଯାଇଛନ୍ତି ।
ଆଙ୍କରଙ୍କ ପ୍ରଶ୍ନରେ କ୍ୟୁରେଶୀ ରାଗିଯାଇ କହିଛନ୍ତି କି, ମୋତେ ଏଥିରେ କିଛି ଭୁଲ୍ ଲାଗୁନାହିଁ । ମୁଁ ଯାହା ଲେଖିଥିଲି ସେଥିରେ ତାହା ଠିକ୍ । ଏଥିରେ ଆଶ୍ଚର୍ଯ୍ୟ ହେବାର କଥା କିଛି ନାହିଁ । ମୋତେ କୁହନ୍ତୁ ଆପଣ କେଉଁ ଏଜେଣ୍ଡାରେ ଚାଲୁଛନ୍ତି ।
ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଏକ ଟ୍ୱିଟ୍ ମାଧ୍ୟମରେ ଦାବି କରିଥିଲେ କି, ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ(ୟୁଏନଏଚଆରସି) ରେ କାଶ୍ମୀର ଏବଂ ଧାରା ୩୭୦ ପ୍ରସଙ୍ଗରେ ତାଙ୍କୁ ୫୮ ଦେଶରୁ ସମର୍ଥନ ମିଳିଛି ।