ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅକ୍ଟୋବର ୧ ରୁ ରାଜ୍ୟସରକାରଙ୍କ ପକ୍ଷରୁ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି । ଏହାପରେ ଯଦି କୌଣସି ସ୍ଥାନରେ ପ୍ଲାଷ୍ଟିକ ବ୍ୟବହାର କରୁଥିବାର ବ୍ୟକ୍ତି ଧରାପଡନ୍ତି ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରକୃତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ରେ ଏଭଳି କେମିକାଲ ରହିଛି ଯାହା ପରିବେଶ ସହିତ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହାନିକାରକ । ପ୍ଲାଷ୍ଟିକ କଦାପି ମିଳାଏ ନାହିଁ,ଏହା ବର୍ଷ ବର୍ଷ ସେମିତି ପଡିରହିଥାଏ ।ସେଥିପାଇଁ ଏହା ପାଣି ସହିତ ମାଟି ପାଇଁ ବି କ୍ଷତିକାରକ । ତେବେ ଆସନ୍ତୁ ଜାଣିବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବିଷୟରେ..
ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ କ’ଣ?
ଯେଉଁ ପ୍ଲାଷ୍ଟିକ୍ କୁ ଥରେ ମାତ୍ର ବ୍ୟବହାର କରାଯାଏ ତାହାକୁ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବୋଲି କୁହାଯାଏ । ଦୈନଦିନ ଜୀବନରେ ଆପଣ ପ୍ଲାଷ୍ଟିକ୍ ର ବିଭିନ୍ନ ପ୍ରଡକ୍ଟସ ବ୍ୟବହାର କରି, ପୁଣି ତାକୁ ଫୋପାଡି ଦେଇଥାନ୍ତି । ଏଗୁଡିକ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ରେ ଆସିଥାଏ । ଏହାବ୍ୟତିତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ କୁ ଡିସପୋଜାଲ ପ୍ଲାଷ୍ଟିକ ବୋଲି ମଧ୍ୟ କୁହାଯାଏ ।
ତେବେ ଆସନ୍ତୁ ନଜର ପକାଇବା ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକରେ କେଉଁ କେଉଁ ଜିନିଷ ଆସୁଛି । କ୍ୟାରି ବ୍ୟାଗ୍ (୫୦ ମାଇକ୍ରୋନ ରୁ କମ),ଫୋମରେ ତିଆରି କପ୍,ପ୍ଲେଟ, ଲେମିନେଟ କରାଯାଇଥିବା ବାଉଲ ଏବଂ ପ୍ଲେଟ୍, ପ୍ୟାକିଂ ଏବଂ ରାପିଂ ପାଇଁ ବ୍ୟହାର ହେଉଥିବା ପ୍ଲାଷ୍ଟିକ୍,ଛୋଟ ପ୍ଲାଷ୍ଟିକ କପ ଏବଂ କଣ୍ଟେନର(୧୫୦ ଏମଏଲ ଏବଂ ୫ ଗ୍ରାମରୁ କମ୍), ପ୍ଲାଷ୍ଟିକ ଷ୍ଟିକ୍, ଇୟର ବଡ୍ସ,ବେଲୁନ୍,ପତାକା ଏବଂ କ୍ୟାଣ୍ଡି, ସିଗାରେଟ୍ ବଟ୍ସ, ପାନୀୟ ପଦାର୍ଥ ପାଇଁ ଛୋଟିଆ ପ୍ଲାଷ୍ଟିକ୍ ପ୍ୟାକେଟ୍(୨୦୦ ଏମଏଲ ରୁ କମ୍) ଏବଂ ରାସ୍ତା କଡରେ ଥିବ ବ୍ୟାନର(୧୦୦ ମାଇକ୍ରୋନ୍ ରୁ କମ) ।
ଭାରତରେ ଇ-କମର୍ସ କମ୍ପାନୀ ଗୁଡିକ ସବୁଠାରୁ ଅଧିକ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍ ବ୍ୟବହାର କରିଥାନ୍ତି । ରିପୋର୍ଟ ମୁତାବକ, ବର୍ଷ ସାରା ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ପ୍ରଡକ୍ଟସ ମଧ୍ୟରୁ ପାଖାପାଖି ୪୦ ପ୍ରତିଶତ ପ୍ଲାଷ୍ଟିକ୍ ଇ-କମର୍ସରେ ସେକ୍ଟରରେ ବ୍ୟବହୃତ ହୋଇଥାଏ ।
ଏହାବ୍ୟତିତ ଭାରତର କେଉଁ କେଉଁ ସ୍ଥାନରେ ପ୍ଲାଷ୍ଟିକ୍ କୁ ବ୍ୟାନ କରାଯାଇଛି ଆସନ୍ତୁ ନଜର ପକାଇବା:- ହିମାଚଳପ୍ରଦେଶ,କର୍ଣ୍ଣାଟକ,ପଞ୍ଜାବ,ହରିୟାଣା,କେରଳ,ପଶ୍ଚିମବଙ୍ଗ,ସିକିମ୍, ନୂଆଦିଲ୍ଲୀ, ମହାରାଷ୍ଟ୍ର ।