ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା ମାସରେ ଭାରତରେ ବ୍ୟାଙ୍କ୍ ବ୍ୟବସ୍ଥା କଡାକଡି ହେବ। ଅଗଷ୍ଟ ମାସରେ ଶନିବାର ଓ ରବିବାରକୁ ମିଶାଇ ୧୩ ଟି ଛୁଟି ଦିନ ରହିବ ।
ଅଗଷ୍ଟରେ ବ୍ୟାଙ୍କ ଛୁଟି ଇଦଠାରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ରେ ଓନାମ ପର୍ବ ପରେ ଶେଷ ହେବ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର (ଆରବିଆଇ) ଛୁଟି ତାଲିକା ଅନୁଯାୟୀ ଇଦ ଛୁଟି ଅଗଷ୍ଟ ୧ ତାରିଖ ପରେ ଶନିବାର,ରବିବାର ଏବଂ ଅନ୍ୟ ଏକ ଛୁଟିଦିନ ଅଟେ।
ଅଗଷ୍ଟ ୩ ରେ ରକ୍ଷା ବନ୍ଧନ ତେଣୁ ବ୍ୟାଙ୍କଗୁଡିକ ବନ୍ଦ ରହିବ। ତା’ପରେ ଅଗଷ୍ଟ ୮ ଆସେ, ଯାହାକି ଦ୍ୱିତୀୟ ଶନିବାର ଏବଂ ପରେ ରବିବାର। ଏହା ପରେ ଅଗଷ୍ଟ ୧୧ ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ଅଗଷ୍ଟ ୧୫ ରେ ସ୍ୱାଧୀନତା ଦିବସ ପାଳନ କରାଯିବ। ଅଗଷ୍ଟ ୧୬ ମଧ୍ୟ ରବିବାର ଦିନ ଛୁଟି ହେବ। ଅଗଷ୍ଟ ୨୧ରେ ତିଜ୍ ପାଳନ କରାଯିବ ଏବଂ ୨୨ରେ ଗଣେଶ ପୂଜା ଶନିବାର ମଧ୍ୟ ପାଳନ କରାଯିବ ଯାହା କି ଫୋର୍ଥ ସଟର୍ଡେ ।
ଅଗଷ୍ଟ ୨୩ ରବିବାର ହୋଇଥିବାବେଳେ ଅଗଷ୍ଟ ୩୦ ହେଉଛି ମୁହରାମ। ଅଗଷ୍ଟ ୩୧ ର ମାସର ଶେଷ ଦିନରେ ଓନମ୍ ପାଳନ କରାଯିବ । ତେଣୁ ବ୍ୟାଙ୍କ ଗୁଡିକ ଏମିତି ମଧ୍ୟ ଛୁଟିରେ ରହିବ ।