ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଉହାନ ଲ୍ୟାବରେ ଜାଣିଶୁଣି କରୋନା ଭାଇରସ ତିଆରି କରିଛି ଚୀନା । ଚାଇନା ସରକାର ହିଁ ତିଆରି କରିଛନ୍ତି ବୋଲି ଚୀନର ଅଣୁଜୀବ ବିଶେଷଜ୍ଞ ଦାବି କରିଛନ୍ତି । ଜେତେବେଳେ ପ୍ରଥମେ ଚୀନରୁ ଏହି କରୋନା ମହାମାରି ଅନେକ ଦେଶ ମୁହାଁ ହୋଇଥିଲା , ସେତେବେଳେ ସମସ୍ତଙ୍କୁ ଜଣା ଥିଲା ଏହା ଚୀନର ଲ୍ୟାବରୁ ଆସିଛି କିନ୍ତୁ ଚୀନ ହିଁ ଏହାକୁ ଏଡାଇ ଦେଇଥିଲା , କହିଥିଲା ଏହା ହୁଏ ତ କୌଣସି ଜୀବର ମାଂଶ ଖାଇବାରୁ ହୋଇଥାଇ ପାରେ । କିନ୍ତୁ ଚୀନର ଏହା ହେଉଛି ଅନ୍ୟ ଦେଶମାନଙ୍କ ପ୍ରତି ଏକ ବାୟୋ ଆଟାକ । ଚାଇନା ଜାଣିଶୁଣି ଏହି ମହାମାରୀ କରୋନା ଭାଇରସକୁ ତିଆରି କରିଛି , କେବଳ ଅନ୍ୟ ଦେଶ ଠାରୁ ନିଜକୁ ଆଗକୁ ରଖିବା ପାଇଁ । କରୋନା ମାତିବା ପରେ ଚୀନରେ କରୋନା ଜୀବାଣୁର ଉତ୍ପତ୍ତି ବିଷୟରେ କ୍ରମାଗତ ଭାବେ ବିଭିନ୍ନ ଦେଶ ପ୍ରଶ୍ନ ଉଠାଇଛନ୍ତି । ଆମେରିକାଠାରୁ ୟୁରୋପ ପର୍ୟ୍ୟନ୍ତ ଅନେକ ଦେଶ ଏହି ବିଶ୍ୱବ୍ୟୀପି ମହାମାରୀ ସୃଷ୍ଟିକାରୀ ଭୂତାଣୁର ଉତ୍ପତ୍ତି ପାଇଁ ଚୀନକୁ ଦାୟୀ କରୁଛନ୍ତି। ଚୀନ୍ ସରକାରଙ୍କ ଧମକ ପାଇବା ପରେ ଆମେରିକା ପଳାୟନ କରିଥିବା ଚୀନର ଅଣୁଜୀବ ବିଶେଷଜ୍ଞ କରୋନା ଭାଇରସକୁ ମନୁଷ୍ୟକୃତ ବୋଲି ଦାବି କରିଛନ୍ତି। ଅଣୁଜୀବ ବିଶେଷଜ୍ଞ ଲି-ମେଙ୍ଗ ୟାନ କହିଛନ୍ତି ଜେ କରୋନା ଭାଇରସକୁ ଚୀନ ଜାଣିଶୁଣି ତିଆରି କରିଛି ଓ ଏହା ଉହାନର ଲାବୋରୋଟୋରିରେ ତିଆରି କରାଜାଇଛି । ସେ କହିଛନ୍ତି ଯେ କରୋନାଭାଇରସକୁ ମନୁଷ୍ୟକୃତ ବୋଲି ପ୍ରମାଣ କରିବାକୁ ତାଙ୍କ ପାଖରେ ଯଥେଷ୍ଟ ପ୍ରମାଣ ଅଛି ଯାହା ସେ ଖୁବ୍ ଶୀଘ୍ର ଉପସ୍ଥାପନ କରିବେ। ସେ ଚୀନ୍ ସରକାରଙ୍କୁ ଦାୟୀ କରି କହିଛନ୍ତି ଯେ ଚୀନ୍ ଏହି ଜୀବାଣୁ ବିଷୟରେ ଅନେକ କିଛି ତଥ୍ୟ ଲୁଚାଉଛି । ମୋ ପାଖେ ଏଥିପାଇଁ ଯଥେଷ୍ଟ ପ୍ରମାଣ ଅଛି ଏବଂ ମୁଁ ଏହାକୁ ପ୍ରମାଣ କରିବି ।
ଲି-ମେଙ୍ଗ କହିଛନ୍ତି ଯେ କରୋନା ଉହାନର ମାଂସ ବଜାରରୁ ଆସିନାହିଁ । ମାଂସ ବଜାର କୁହାଯାଇ ଏହାର ସତ ବା ମୂଳ କାରଣକୁ ଲୁଚାଇ ଦିଆଜାଉଚି । ଏହି ବିପଜ୍ଜନକ ଭୂତାଣୁ ୱୁହାନର ଏକ ଲ୍ୟାବରୁ ଆସିଛି ଏବଂ ଏହା ମନୁଷ୍ୟ ଦ୍ୱାରା ନିର୍ମିତ।ସେ କହିଛନ୍ତି ଯେ ଏହି ଜୀବାଣୁଙ୍କର ଜିନୋମ କ୍ରମ , ମଣିଷର ଆଙ୍ଗୁଠି ପ୍ରିଣ୍ଟ ପରି , ଏହାକୁ ଭଲ ଭାବେ ପରୀକ୍ଷା କଲେ ଜାଣିବେ ଜେ ଏଥିରେ ମଣିଷ ଆଙ୍ଗୁଳିର ଚିନ୍ହ ମଧ୍ୟ ମିଳିବ । ଏହା ଆଧାରରେ ପ୍ରମାଣିତ ଯେ ଏହା ମନୁଷ୍ୟକୃତ ଜୀବାଣୁ। ସେ କହିଛନ୍ତି ଯେ କୌଣସି ଭୂତାଣୁରେ ମନୁଷ୍ୟର ଆଙ୍ଗୁଠି ପ୍ରିଣ୍ଟର ଉପସ୍ଥିତି ଅର୍ଥାତ ଯଥେଷ୍ଟ ଅଟେ ଯେ ଏହା ମନୁଷ୍ୟ ଦ୍ୱାରା ଉତ୍ପନ୍ନ ହୋଇଛି ।
ସେ ଚୀନ୍ ସରକାରଙ୍କୁ ଏକ ଗୁରୁତର ଅଭିଯୋଗ କରିବାରୁ ତାଙ୍କୁ ଧମକ ମଧ୍ୟ ମିଳିଥିଲା ଓ ପରେ ସେ ହଂକଂ ଛାଡି ଆମେରିକା ଯାଇଥିଲେ । ଫଳରେ ସେଠାରୁ ତାଙ୍କର ବ୍ୟକ୍ତିଗତ ତଥ୍ୟ, ସରକାରୀ ଡାଟାବେସରୁ ହଟାଇ ଦିଆଯାଇଥିଲା ଏବଂ ତାଙ୍କ ସହକର୍ମୀମାନେ ତାଙ୍କ ବିଷୟରେ ଗୁଜବ ପ୍ରଚାର କରିବାକୁ ପଛେଇ ନଥିଲେ । ଲି-ମେଙ୍ଗ କହିଛନ୍ତି ଯେ ମୋତେ ମିଥ୍ୟାବାଦୀ ବୋଲି ପ୍ରମାଣ କରିବା ପାଇଁ ତଥା ମୋତେ ହତ୍ୟା କରିଥିବା ଅଭିଯୋଗ କରିବା ପାଇଁ ଚୀନ ସରକାର ବିଭିନ୍ନ କୌଶଳ ପ୍ରୟୋଗ କରିଛନ୍ତି । କିନ୍ତୁ ମୁଁ ମୋ ଲକ୍ଷ୍ୟରୁ ପଛକୁ ଯିବି ନାହିଁ। ମୁଁ ଏହି ସତକୁ ସମସ୍ତଙ୍କ ସାମ୍ନାକୁ ଆଣିବି । ଲି-ମେଙ୍ଗ କହିଛନ୍ତି ଯେ ସେ କରୋନା ଜୀବାଣୁ ବିଷୟରେ ଅଧ୍ୟୟନ କରୁଥିବା ପ୍ରଥମ ବୈଜ୍ଞାନିକମାନଙ୍କ ମଧ୍ୟରେ ଜଣେ ଥିଲେ। ଡିସେମ୍ବର ୨୦୧୯ରେ ଏକ ବିଶ୍ବବିଦ୍ୟାଳୟରେ ଚୀନରୁ ଉତ୍ପନ୍ନ ହୋଇଥିବା ଏସଏଆରଏସ ମାମଲାରେ ପର୍ୟ୍ୟବେକ୍ଷଣ କରିବାକୁ ତାଙ୍କୁ କୁହାଯାଇଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ପ୍ରତ୍ୟେକ ଚ୍ୟାଲେଞ୍ଜ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଏବଂ ଖୁବ୍ ଶୀଘ୍ର ପ୍ରମାଣ କରିବି ଯେ ଏହି ଭୂତାଣୁ ମନୁଷ୍ୟକୃତ। ଜାହାକୁୁ ଲୁଚାଉଛି ଚୀନ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024