ଆମେରିକାର ପୂର୍ବତନ ରାଷ୍ଟ୍ରପତୀ ବାରାକୋ ଓବାମା ଏବଂ ତାଙ୍କ ପତ୍ନୀ ମିଶେଲ ଓବାମା ଦୁହେଁ ଖୁବ୍ ଶୀଘ୍ର ମନରଞ୍ଜନ ଦୁନିଆରେ ନଜର ଆସିବେ । ଓବାମା ତାଙ୍କ ପତ୍ନୀଙ୍କ ସହ ମିଶି ଆମେରିକାର ନାମୀଦାମୀ ଅନଲାଇନ୍ ଷ୍ଟ୍ରିମିଙ୍ଗ କଂପାନୀ ନେଟଫ୍ଲିକ୍ସ ପାଇଁ ଫିଲ୍ମ, ସିରିଏଲ ଏବଂ ଡକ୍ୟୁମେଣ୍ଟ୍ରି ଫିଲ୍ମ ତିଆରି କରିବେ
।
ନେଟଫ୍ଲିକ୍ସ କମ୍ପାନୀ ଏ ବିଷୟରେ ସମସ୍ତ ତଥ୍ୟ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଜଣାଇଛନ୍ତି । କମ୍ପାନୀର ଟ୍ୱିଟ ଅନୁସାରେ ରାଷ୍ଟ୍ରପତୀ ବାରାକୋ ଓବାମା ଏବଂ ପତ୍ନୀ ମିଶେଲ ଓବାମା ଦୁହେଁ ନେଟଫ୍ଲିକ୍ସ କମ୍ପାନୀ ପାଇଁ ଫିଲ୍ମ ଏବଂ ୱେବ ସିରିଜ୍ ବନେଇବେ । ମିଳିଥିବା ରିପୋର୍ଟ ଅନୁସାରେ ଓବାମା ଏବଂ ତାଙ୍କ ପତ୍ନୀ ମିଶି ‘ହାଇଅର ଗ୍ରାଉଣ୍ଡ ପ୍ରଡକ୍ସନ’ ନାମକ ଏକ ପ୍ରଡକ୍ସନ ହାଉସରେ ତାଙ୍କର ଫିଲ୍ମ ପ୍ରଡ୍ୟୁସ କରିବେ ।
President Barack Obama and Michelle Obama have entered into a multi-year agreement to produce films and series for Netflix, potentially including scripted series, unscripted series, docu-series, documentaries, and features.
— Netflix US (@netflix) May 21, 2018
ଅନ୍ୟପଟରେ ରାଷ୍ଟ୍ରପତୀ ନେଟଫ୍ଲିକ୍ସ ପାଇଁ ଫିଲ୍ମ ପ୍ରସ୍ତୁତ କରିବା ପାଇଁ ବହୁତ ଖୁସି ଅଛନ୍ତି । ସେ କହିଛନ୍ତି ଯେ, ‘ମୁଁ ଏବଂ ମିଶେଲ ଏହି ଫିଲ୍ମକୁ ନେଇ ବହୁତ ଉତ୍ତେଜିତ ଅଛୁ’ ।
ଖବରମୁତାବକ, ଦୁନିଆର ସବୁଠାରୁ ବଡ ଅନଲାଇନ୍ କମ୍ପାନୀ ହେଉଛି ନେଟଫ୍ଲିକ୍ସ ।