ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ମାଇକ୍ରୋସଫ୍ଟରୁ ଇସ୍ତଫା ଦେଇଛନ୍ତି ବିଲ୍ ଗେଟ୍ସ । ଏହି ଖବର ବର୍ତ୍ତମାନ ସବୁଠି ଚର୍ଚ୍ଚା । ମାଇକ୍ରୋସଫ୍ଟ ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ମଧ୍ୟ ବିଲ୍ ଗେଟ୍ସ ଆଉ ନାହାଁନ୍ତି । ଏହା ସହ ବିଲ୍ ଗେଟ୍ସ ନୂଆ କାମ କରିବାକୁ ଯୋଜନା କରୁଛନ୍ତି । ଗତ ୧୩ ତାରିଖ ଦିନ ବିଲ୍ ଗେଟ୍ସ ମାଇକ୍ରୋସଫ୍ଟ ଛାଡି ଦେଇଛନ୍ତି । ମାଇକ୍ରୋସଫ୍ଟ ପକ୍ଷରୁ ଘୋଷଣା କରାଯାଇଛି ଯେ ବିଲ୍ ଗେଟ୍ସ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରୁ ଇସ୍ତଫା ଦେଇଛନ୍ତି । ବର୍ତ୍ତମାନ ବିଲ୍ ଗେଟ୍ସ ନିଜ ଜୀବନକୁ ଭଲ କାମରେ ବିତେଇବାକୁ ଚାହୁଁଛନ୍ତି ।
ବିଲ୍ ଏବଂ ମିଲିଣ୍ଡା ଗେଟ୍ସ ପାଉଣ୍ଡେସନ୍ ଜରିଆରେ ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ବିଶ୍ୱରେ ଶିକ୍ଷା କ୍ଷେତ୍ରରେ ଥିବା ବହୁ ଅସହାୟ ଲୋକଙ୍କୁ ସାହାଯ୍ୟ କରିସାରିଛନ୍ତି । ବର୍ତ୍ତମାନ ଗେଟ୍ସ ଦମ୍ପତି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି । ଏହା ସହ ଜଳବାୟୁ ପରିବର୍ତ୍ତନକୁ କିପରି ମୁକାବିଲା କରାଯାଇ ପାରିବ ସେନେଇ ବିଶେଷ ଭାବେ କାମ କରିବାକୁ ଚାହୁଁଛନ୍ତି ଗେଟ୍ସ ଦମ୍ପତି । ଏହି କାରଣରୁ ବିଲ୍ ଗେଟ୍ସ ନିଜ ଦାୟିତ୍ୱ ତ୍ୟାଗ କରିଛନ୍ତି ବୋଲି କମ୍ପାନୀ ତରଫରୁ କୁହାଯାଇଛି ।