ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭାରତରେ ଫୌଜ ଗେମ୍ ଲଞ୍ଚ କରାଯାଇଛି । ଏହି ଗେମ୍ କୁ ଜାନୁଆରୀ ୨୬ ରେ ଲଞ୍ଚ କରାଯାଇଛି । ଲଞ୍ଚ ହେବା ପରେ ଏପର୍ଯ୍ୟନ୍ତ ଏହି ଗେମ୍ କୁ ଲକ୍ଷାଧିକ ୟୁଜର୍ସ ଡାଉନଲୋଡ କରିସାରିଲେଣି । ସେହିପରି ଏହି ଗେମ୍ କୁ ବିଶ୍ୱବ୍ୟାପି ରିଲିଜ୍ କରି ଦିଆଯାଇଛି । ଅର୍ଥାତ ଏବେ ଦୁନିଆର ସମସ୍ତ ବ୍ୟକ୍ତି ଏହି ଗେମ୍ କୁ ଡାଉନଲୋଡ କରିପାରିବେ । ଏହି ଗେମ୍ ଟି ପ୍ଲେଷ୍ଟୋରରେ ଉପଲବ୍ଧ ଅଛି । ଅବଶ୍ୟ ବର୍ତ୍ତମାନ ଆଣ୍ଡ୍ରୋଏଡ ୟୁଜର୍ସଙ୍କ ପାଇଁ ଏହି ଗେମ୍ ଉପଲବ୍ଧ ଅଛି । ଏହି ଗେମ୍ ପାଇଁ ଆଇଫୋନ୍ ୟୁଜର୍ସଙ୍କୁ ଟିକେ ଅପେକ୍ଷା କରିବାକୁ ପଡିବ ।
କମ୍ପାନୀ ମୁତାବକ, ଆଗାମୀ ମାସରେ ଏହି ଗେମ୍ ଆଇଓଏସ ୟୁଜର୍ସଙ୍କ ପାଇଁ ଉପଲଲବ୍ଧ କରାଯିବ । ଅବଶ୍ୟ ଏନେଇ କୌଣସି ତାରିଖ ଘୋଷଣା ହୋଇନାହିଁ । ଫୌଜ୍ ର ଯେଉଁ ଭର୍ସନ ବର୍ତ୍ତମାନ ଅଛି ତାହା ପ୍ରିମିୟମ ଏବଂ ମିଡ୍ ରେଞ୍ଜ ସ୍ମାର୍ଟଫୋନ୍ ପାଇଁ ରହିଛି । ସେହିପରି ହାଇ ବଜେଟ ସ୍ମାର୍ଟଫୋନ୍ ପାଇଁ ଏହାର ଲାଇଟ ଭର୍ସନ ନେଇ ଆସିବ କମ୍ପାନୀ ।
ଏହି ଗେମ୍ କୁ ନେଇ ୟୁଜର୍ସଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳୁଛି । ଗେମ୍ ଟି ଲଞ୍ଚ ହେବାଠୁ ନେଇ ଏପର୍ଯ୍ୟନ୍ତ ପାଞ୍ଚ ଲକ୍ଷରୁ ଅଧିକ ଡାଉନଲୋଡ ହୋଇସାରିଲାଣି ।