କାବୁଲ (ଏଟିଆତ ବ୍ୟୁରୋ ) ; କେହି କିଛି ବୁଝିବା ପୂର୍ବରୁ ହଠାତ୍ ବିସ୍ଫୋରଣ ହେଲା । ଚାରିଆଡେ ଶୁଣାଗଲା ଲୋକଙ୍କ ଚିକ୍ରାର । ମହମ୍ମଦଙ୍କ ଜନ୍ମ ଉତ୍ସବ ପାଲଟିଲା ରକ୍ତର ନଦୀ । ରକ୍ତର ହୋଲି ଖେଳିଲେ ଆତଙ୍କବାଦୀ । ଚାଲିଗଲା ୫୦ଟି ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅଫଗାନିସ୍ତାନର ରାଜଧାନୀ କାବୁଲରେ ।
ଇସଲାମ ଧର୍ମଗୁରୁ ମହମ୍ମଦଙ୍କ ଜନ୍ମଦିନ ଅବସରରେ ଏଭଳି ଆତ୍ମଘାତୀ ବିସ୍ପୋରଣ ହୋଇଛି । ସ୍ଥାନୀୟ ଏକ ମ୍ୟାରେଜ ହଲରେ ଏହି ପାର୍ଥନା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସମସ୍ତେ ମହମ୍ମଦଙ୍କ ପାର୍ଥନାରେ ମଗ୍ନ ଥିବା ବେଳେ ଜଣେ ଆତଙ୍କବାଦୀ ନିଜ ଶରୀରରେ ଥିବା ବୋମା ସାହାର୍ଯ୍ୟରେ ବିସ୍ପୋରଣ କରାଇଥିଲା ା ପ୍ରଚଣ୍ଡ ବିସ୍ଫୋରଣ କାରଣରୁ ସଭା ସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କ ମଧ୍ୟରୁ ୫୦ ଜଣଙ୍କ ମୃତ୍ୟୁ ହୋଇଛି ।
ଖାଲି ସେତିକି ନୁହେଁ ଏହି ବିସ୍ଫୋରଣରେ ପାଖାପାଖି ୮୦ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ଗୁରୁତର ଅବସ୍ତାରେ ସ୍ଥାନୀୟ ଡାରଖାନରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଅନେକଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ଥିବାରୁ ମୃତ୍ୟୂ ସଂଖ୍ୟା ଅହୁରୀ ବଢିବା ନେଇ ଅନୁମାନ କରାଯାଉଛି । ସବୁଠାରୁ ବଡ କଥା ଯେ ଏହି ବିସ୍ଫୋରଣ ପଇଁ କୌଣସୀ ଆତଙ୍କବାଦୀ ସଂଗଠନ ନିଜ କୁ ଦାୟୀ କରିନାହାନ୍ତି । ସେପଟେ ଆଫଗାନିସ୍ତାନ ସରକାରଙ୍କ ପକ୍ଷରୁ ମୃତକଙ୍କ ପ୍ରତି ସମବେଦନା ଦିଆଯାଇଛି । ଆଫଗାନିସ୍ତାନର ଅଭ୍ୟନ୍ତରୀଣ ମନ୍ତ୍ରୀ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।