ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକାର ଚୀନ ସହ ଚାଲିଥିବା ଟ୍ରେଡ ୱାରକୁ ନେଇ ପୁଣି ଥରେ ଟାର୍ଗେଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦାବୋସର ବୈଷୟିକ ଆର୍ଥିକ ମଞ୍ଚରେ ଟ୍ରମ୍ପ କହିଛନ୍ତି କି, ଚୀନ ଏବଂ ଭାରତ ‘ବିକାସଶୀଳ ଦେଶ’ ହେବାର ଭରପୁର ଫାଇଦା ଉଠାଇଛନ୍ତି ।
ୱାଲ୍ଡ ଇକୋନୋମିକ ଫୋରମ ମଞ୍ଚରେ ବିଶ୍ୱ ବ୍ୟବସାୟ ସଂଗଠନକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି, ଆପଣମାନେ ସମସ୍ତେ ଜାଣିଥିବେ ଚୀନ ସହିତ ଆମର ଦୀର୍ଘ ଦିନ ହେବ ବିବାଦ ଚାଲିଛି, କାରଣ ଆମ ଦେଶ ସହିତ ଉଚିତ୍ ବ୍ୟବହାର କରାଯାଇ ନାହିଁ । ଚୀନ୍ କୁ ଏକ ବିକାଶଶୀଳ ରାଷ୍ଟ୍ର ଭାବେ ଦେଖାଯାଏ । ସେହିପରି ଭାରତକୁ ମଧ୍ୟ ବିକାସଶୀଳ ରାଷ୍ଟ୍ର ରୂପେ ଗଣାଯାଏ । କିନ୍ତୁ ଆମେରିକାକୁ ବିକାସଶୀଳ ରାଷ୍ଟ୍ର ରୂପେ ଗଣନା କରାଯାଉନାହିଁ ।
ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତିି କି, ଏଠି ମୋର ପ୍ରଶ୍ନ, ଆମେରିକା ଏକ ବିକାସଶୀଳ ରାଷ୍ଟ୍ର, ମାତ୍ର ବିକାସଶୀଳ ରାଷ୍ଟ୍ର ଭାବେ ଚୀନ ଏବଂ ଭାରତକୁ ଗଣନା କରାଯାଉଛି ଏବଂ ସେମାନଙ୍କୁ ଏହାର ଜବରଦସ୍ତ ଫାଇଦା ହୋଇଛି । କିନ୍ତୁ ଆମକୁ ଗଣନା କରାଯାଉ ନାହିଁ ।