ୱାଶିଂଟନ୍ (ଏଟିଆର ବ୍ୟୁରୋ ) ; ବିଲ୍ କ୍ଲିଣ୍ଟନ୍ ଓ ହିଲାରୀ କ୍ଲିଣ୍ଟନ୍ଙ୍କୁ ହତ୍ୟା ଉଦ୍ୟମ । ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ବୋମା । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଓ ତାଙ୍କ ପତ୍ନୀ ହିଲାରୀ କ୍ଲିଣ୍ଟନଙ୍କୁ ଜୀବନରୁ ମାରିଦେବାକୁ ଯୋଜନା କରାଯାଇଛି ।
ସୂଚନା ଅନୁସାରେ , ନ୍ୟୁୱର୍କ ସ୍ଥିତ କ୍ଲିଣ୍ଟନ ଦମ୍ପତିଙ୍କ ଘରେ ଦୁର୍ବୃତମାନେ ବୋମାର ରଖିଥିବାର ଖବର ପାଇଁ ବୋମା ନିଷ୍କ୍ରିୟ ଟିମ ପୂର୍ବତନ ରାଷ୍ଟ୍ରପତିଙ୍କ ଘରେ ପହଞ୍ଚିଥିଲା । ପରେ ସେଠାରୁ ବୋମାଟିକୁ ଜବତ କରି ସୁରକ୍ଷିତ ଭାବେ ବାହାରକୁ ଅଣାଯାଇ ନିଷ୍କ୍ରିୟ କରାଯାଇଥିଲା । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି । ଏପରି ଷଡଯନ୍ତ୍ରର କାରଣ ଜଣାପଡିନଥିବା ବେଳେ ବରିଷ୍ଟ ଅଧିକାରୀ ମାନେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
କିଏ ଓ କାହିଁକି ଏପରି ଯୋଜନା କରିଥିଲା ସେ ସମ୍ପର୍କରେ କୌଣସି ସୂଚନା ମିଳିନଥିବାବେଳେ ତଦନ୍ତରୁ ସବୁ ସ୍ପଷ୍ଟ ଜଣାପଡିବ ବୋଲି ଦାୟିତ୍ୱରେ ଥିବା ଅଧିକାରୀ ମାନେ କହିଛନ୍ତି । କ୍ଲିଟନଙ୍କ ବାସଭାବନରେ ଏବେ ବି ସର୍ଚ୍ଚ ଅପରେସନ ଜାରିରହିଛି ।
ସେପଟେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଘରକୁ ମଧ୍ୟ କିଛି ଦୁର୍ବୃତମାନେ ବିସ୍ଫୋରକ ସମଗ୍ରୀ ପଠାଇଥିବାର ସୂଚନା ମିଳିଥିଲା । ତେବେ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରମୁଖ୍ୟମାନଙ୍କୁ ଟାର୍ଗେଟ କରାଯାଉଥିବାରୁ ଆମେରିକାର ସୂରକ୍ଷା ବ୍ୟବସ୍ତା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।