ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନ ଭାଇରସକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଏକଜ୍ୟୁକେଟିଭ୍ ଡିରେକ୍ଟର ଡ. ମାଇକେଲ ରିୟାନଙ୍କ ବଡ ବୟାନ । ସେ କହିଛନ୍ତି କି, ଅନୁମାନ ଲଗେଇବା ଅସମ୍ଭବ କି କରୋନାରୁ କେବେ ନିୟନ୍ତ୍ରଣ ପାଇ ପାରିବା ।
ସାମ୍ବାଦିକ ସମ୍ମିଳନୀରେ ଡାଃ. ମାଇକଲ ରିୟାନ କହିଛନ୍ତି କି, ଏହି ଭାଇରସ ବିଶ୍ୱରୁ ହୁଏତ କଦାପି ନ ଯାଇ ପାରେ । କୋଭିଡ୧୯ ଦ୍ୱାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ କମ ରହିଛି । ଟିକା ବାହାରିନଥିବାରୁ ଲୋକଙ୍କ ଭିତରେ ଏହି ଭୁତାଣୁ ବିରୋଧରେ ପ୍ରତିରକ୍ଷା ତନ୍ତ୍ର ମଜବୁତ ହେବାରେ ବର୍ଷ ବର୍ଷ ଧରି ସମୟ ଲାଗିପାରେ । ଏହି ଭୁତାଣୁ ଘାତକ ଭୁତାଣୁ ହୋଇପାରେ । ଏହା କଦାପି ବିଦାୟ ନନେଇ ପାରେ । ଏପର୍ଯ୍ୟନ୍ତ ଏଚଆଇଭି ବିଦାୟ ନେଇ ନାହିଁ । ଆଶା ରହିଛି କି ଏଥିପାଇଁ ଏକ ଏଭଳି ଟିକା ଆସିବ ଯାହା ଫଳ ପ୍ରଦ ହେବ । ସମସ୍ତଙ୍କ ପାଖରେ ଟିକା ପହଁଚାଇବାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ଏହାପରେ ଯାଇ ଯାହା ହୋଇ ପାରିବ ।