ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଏହାର ଏବେ ଅଧିକ ପ୍ରଭାବ ଦେଖିବାକୁ ମିଳୁଛି ଆମେରିକାରେ । ପ୍ରତ୍ୟକ ଦିନ ଆମେରିକାରେ ହଜାର ହଜାର ଲୋକ ସଂକ୍ରମିତ ହେଉଥିବା ବେଳେ ଏଥିରେ ଶତାଧିକ ଲୋକଙ୍କର ପ୍ରାଣହାନୀ ଘଟୁଛି । ଯାହାକୁ ନେଇ ଚିନ୍ତିତ ଆମେରିକା । ସୂଚନା ଅନୁସାରେ ଗତ ୪ ଘଣ୍ଟା ମଧ୍ୟରେ ଆମେରିକାରେ ୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।
ବର୍ତ୍ତମାନ ଆମେରିକାରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୫ ଅତିକ୍ରମ କରି ସାରିଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପି ଯାଇଛି । ଅନ୍ୟପଟେ ଏହି ମହାମାରୀ ଭୂତାଣୁ ଆମେରିକାରେ ୨ ଲକ୍ଷ ଲୋକଙ୍କ ଜୀବନ ନେଇପାରେ ବୋଲି ଗବେଷକ ମାନେ ମତ ରଖୁଛନ୍ତି ।