ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ମହାମାରୀ ଭଳି ଏକ ଅଦୃଶ୍ୟ ଶକ୍ତି ସହିତ ଯୁଦ୍ଧ କରୁଛି । ତେବେ ଏହି ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ପ୍ରତିଦିନ ଆମେରିକାରେ ହଜାର ହଜାର ଲୋକଙ୍କର ଜୀବନ ଯାଉଛି । ସିଧା କଶରେ କହିବାକୁ ଗଲେ ଆମେରିକାରେ ଆଉ କରୋନା କାହା କାବୁରେ ନାହିଁ । ଏମିତିକି ସରକାରଙ୍କ ଶତ ଚେଷ୍ଟା ପରେ ମଧ୍ୟ ଏଠାରେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ନେଉନାର୍ହି । ଚୀନର ଉହାନରୁ ସାରା ବିଶ୍ୱକୁ ବ୍ୟାପିଥିବା ଏହି ଭୟଙ୍କର ଭାଇରସରେ ଏବେ ଆମେରିକାରେ ୪ହ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇ ସାରିଲାଣି ।
ସେହିଭଳି ୭ ଲକ୍ଷ ୬୪ ହଜାର ୩୦୩ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ପେନରେ ୧ ଲକ୍ଷ ୯୮ ହଜାର ୬୭୪ ଜଣ ଆକ୍ରାନ୍ତ ଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦ ହଜାର ରହିଛି। ଇଟାଲୀରେ ମୃତ୍ୟୁ ସଂଖ୍ୟା ୨୩ ହଜାର ୬୬୦ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୮ ହଜାର ୯୭୨ । ସେହିଭଳି ଫ୍ରାନ୍ସରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୫୨ ହଜାର ଓ ମୃତକଙ୍କ ସଂଖ୍ୟା ୧୯ ହଜାର ୭୧୮ । ସେହିଭଳି ଭାରତ କଥା ଯଦି ଦେଖିବା ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୧୧୧ ରହିଥିବା ବେଳେ ୧୩୨୯୫ ସକ୍ରିୟ ମାମଲା ଥିବା ବେଳେ ୨୩୦୨ ଜଣ ସୁସ୍ଥ ହୋଇଛନ୍ତି।ସେହିଭଳି ଏଯାବତ ଦେଶରେ ୫୧୯ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ଜଣଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଛି । ଅନ୍ୟପଟେ ଓଡିଶାରେ ପଜିଟିଭ ସଂଖ୍ୟା ୬୧ ରହିଛି ।