ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବର୍ତ୍ତମାନ କରୋନା କେବଳ ଆଉ ଚୀନରେ ସୀମିତ ହୋଇ ନାହିଁ । ପୁରା ବିଶ୍ୱରେ ନିଜ କାୟା ମେଲାଇ ଗୋଟିଏ ପରେ ଗୋଟିଏ ମୁଣ୍ଡ ନେବାରେ ଲାଗିଛି ।
ଆଜି ଅନ୍ତଜାର୍ତିୟ ଗଣମାଧ୍ୟମର ରିପୋର୍ଟ ଅନୁଯାଇ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତରେ ୨୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି । ଏବେ ସୁଦ୍ଧା ୭୭ ହଜାରରୁ ଅଧିକ ଲୋକ ଏହି ଭୟଙ୍କର ଭୂତାଣୁ ଦ୍ୱାରା ଆକ୍ରାନ୍ତ ମଧ୍ୟ ହୋଇଛନ୍ତି ।
ପୁରା ଦେଶରେ ଏହି ଭାଇରସ ପାଇଁ ଏପର୍ଯ୍ୟନ୍ତ ଗ୍ଳୋବାଲ ଏମର୍ଜେନ୍ସି ଜାରି ରହିଛି । ୨୦ରୁ ଅଧିକ ଦେଶରେ ଏହି କରୋନା ନିଜ କାୟା ବିସ୍ତାର କରିବାରେ ସଫଳ ହୋଇଛି । ଚୀନର ଉହାନରୁ ସୃଷ୍ଟ ଏହି ଭୟଙ୍କର ଭାଇରସ କରୋନାର ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ମେଡିସିନ ବାହାର କରାଯାଇପାରିନି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତିଷେଧକ ମୂଳକ ଔଷଧ ଦ୍ୱାରା ହିଁ କରୋନାର ଚିକିତ୍ସା କରାଯାଉଛି ।
କରୋନା ପାଇଁ ଚୀନର ଅର୍ଥନୌତିକ ମେରୁଦଣ୍ଡ ଏକ ପ୍ରକାର ଭାଙ୍ଗିବା ପରିସ୍ଥିତିରେ ପହଞ୍ଚିଲାଣି ।