ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚୀନରୁ ଉତ୍ପନ୍ନ କରୋନା ଭାଇରସର ଭୟ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ୧୦ରୁ ଅଧିକ ଦେଶରେ ଏହି ଭୟଙ୍କର ଭାଇରସ ବ୍ୟାପି ସାରିଲାଣି ।
ଚୀନରେ ୮୦ରୁ ଅଧିକ ଲୋକଙ୍କର ମୃତ୍ୟୁର କାରଣ ଏହି କରୋନା ଭାଇରସ ସାଜିଥିବା ବେଳେ, ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ସାଜିଥିବା ଏହି ଭୟଙ୍କର ଭାଇରସର ମୁକାବିଲା କରିବା ପାଇଁ ଔଷଧ ବା ଆଣ୍ଡିଡୋଟ ତିଆରି କରାଯାଇ ପାରିନି ।
ମାତ୍ର ୧୦ ଦିନ ଭିତରେ ହିଁ ଏହି ଭାଇରସ କ୍ଷୀପ୍ର ଗତିରେ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି । ପୁରା ବିଶ୍ୱର ବୌଜ୍ଞାନିକ ମାନଙ୍କର ଶତ ପ୍ରଚେଷ୍ଟା ଦ୍ୱାରା ମଧ୍ୟ ଏହାକୁ ରୋକିବାକୁ କୌଣଷି ନିଜାସ ବାହାରି ପାରିନାହିଁ ।
ବର୍ତ୍ତମାନ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ରୋଗୀ ମାନଙ୍କୁ ଏଚଆଇଭି ରୋଗର ମେଡିସିନ ଦିଆଯାଉଛି । ଏବେ ସାଧାରଣ ଲୋକଙ୍କ ମନରେ ବାସ ଗୋଟିଏ ପ୍ରଶ୍ନ ଏତେ ଭୟଙ୍କର ଭାଇରସ ଠାରୁ ଏଚଆଇଭି ମେଡିସିନ ଦ୍ୱାରା କେମିତି ରକ୍ଷା ପାଇହେବ ।
ଭାରତ ସରକାର ଏହି ଭାଇରସ ଠାରୁ ରକ୍ଷା ପାଇବା ପାଇଁ ନୂଆ ନୂଆ ଆଡଭାଇଜରି ଜାରି କରିଥିଲେ ମଧ୍ୟ ବିହାରରେ ଜଣଙ୍କ ଠାରେ ଏହି ଭାଇରସ ଦେଖାଦେଲାଣି । ଅନ୍ୟପଟେ ଚୀନରେ ଏପର୍ଯ୍ୟନ୍ତ ୨୭୦୦ରୁ ଅଧିକ ଲୋକଙ୍କୁ ଏହି ଭାଇରସ ଗ୍ରାସ କରିସାରିଲାଣି ।