ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସ୍ପେନରେ କରୋନାର ନୂତନ ଭ୍ୟାରିଏଣ୍ଟର ୧୧ ଟି ମାମଲା ଚିହ୍ନଟ ହୋଇଛି । ଦାବି କରାଯାଉଛି କି, ଏହି ଭ୍ୟାରିଏଣ୍ଟ ସମ୍ପୂର୍ଣ୍ଣ ଭାରତରେ ମିଳିଥିବା ଭ୍ୟାରିଏଣ୍ଟ ସଦୃଶ । ସ୍ପେନର ସ୍ୱାସ୍ଥ୍ୟ ମନ୍ତ୍ରୀ କ୍ୟାରୋଲିନା ଡେରିୟାସ କହିଛନ୍ତି କି, ନିକଟରେ ସ୍ୱାସ୍ଥ୍ୟ ଅଧିକାରୀ ଦୁଇଟି ଅଲଗା ଅଲଗା ମାମଲା ଚିହ୍ନଟ କରିଛନ୍ତି ।
ଏହାସହିତ ସେ ଆହୁରୀ ମଧ୍ୟ କହିଛନ୍ତି କି, କରୋନାର ଦ୍ୱିତୀୟ ଲହରରେ ଛଟପଟ ହେଉଥିବା ଭାରତକୁ ଅମ୍ଳଜାନ ଏବଂ ଶ୍ୱାସକ୍ରିୟା ଯନ୍ତ୍ର ସହିତ ଅତ୍ୟାବଶ୍ୟକ ଚିକିତ୍ସା ସାମଗ୍ରୀ ପରିବହନ କରୁଥିବା ଏକ ବିମାନ ପଠାଯିବ ।
ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ଭାରତକୁ ଦୋହଲେଇ ଦେଇଥିବା ବେଳେ ଭାରତର ଏହି ସ୍ଥିତିକୁ ଦେଖି ସାହାଯ୍ୟ କରିବା ପାଇଁ ସାତ ଟନ ଚିକିତ୍ସା ସାମଗ୍ରୀ ପଠାଇବା ପାଇଁ ମଞ୍ଜୁରୀ ଦେଇଥିଲା ସ୍ପେନ ।