ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସ ପାଇଁ ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ଗ୍ଳୋବାଲ ଏମର୍ଜେନ୍ସି ଜାରି ରହିଛି । କେବଳ ଚୀନରେ ହିଁ ଏହି ମାରାତ୍ମକ ଭୂତାଣୁ ୧୭୦୦ରୁ ଅଧିକ ଲୋକଙ୍କ ଜୀବନ ନେଇସାରିଲାଣି । ଏପର୍ଯ୍ୟନ୍ତ ୭୦ହଜାରରୁ ଅଧିକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ମଧ୍ୟ ହୋଇଛନ୍ତି ।
ଏହି ଭାଇରସ କବଳରୁ ଲୋକଙ୍କୁ ରକ୍ଷା କରବା ପାଇଁ ଦେଶ ଗୁଡିକରେ ସତର୍କତ୍ତା ମୁଳକ ଆଡଭାଇଜରି ଜାରି କରାଯାଇଛି । ଏହା ସତ୍ୱେ କରୋନା ୨୦ରୁ ଅଧିକ ଦେଶରେ ନିଜ କାୟା ମେଲାଇବାରେ ସଫଳ ହୋଇଛି ।
କରୋନା ଠାରୁ କିପରି ଲୋକଙ୍କୁ ରକ୍ଷା କରାଯାଇପାରିବ ସେ ନେଇ ସବୁ ଦେଶର ଚିନ୍ତା ବଢୁଥିବା ବେଳେ ଆଜି ଚାଇନାର ମୁଖ୍ୟ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ବଡ ସୂଚନା ଜାରି କରାଯାଇଛି ।
ଚାଇନା ହେଲଥ ଅଫିସିଆଲ ପକ୍ଷରୁ ସୂଚାଇ ଦିଆଯାଇଛି ଯେ କରୋନା କୁ ମଧ୍ୟ ରୋକାଯାଇ ପାରିବ । ଏବଂ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ଲୋକଙ୍କ ପାଇଁ ଚିକିତ୍ସା ମଧ୍ୟ ସମ୍ଭବ ହୋଇଛି ।
ପ୍ରେସ କନଫରେନ୍ସ କରି ଚୀନର ଉହାନର ଜଣେ ମୁଖ୍ୟ ସ୍ୱାସ୍ଥ୍ୟ କମିଶନ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଏଥି ସହିତ ବର୍ତ୍ତମାନ ଚୀନରେ କରୋନା ଭାଇରସ ଦ୍ୱାରା ମୃତ୍ୟୁ ସଂଖ୍ୟା ହାର ୩୮ପ୍ରତିାତରୁ କମି ୧୮ପ୍ରତିଶତରେ ପହଞ୍ଚିଛି ବୋଲି ସେ କହିଛନ୍ତି ।