ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ପ୍ରେମୀଯୁଗଳ ଦୁହେଁ ଦୁହିଁଙ୍କୁ ଖୁସି ରଖିବା ପାଇଁ ବିଭିନ୍ନ ପ୍ରକାରର ଉପାହାର ମାନ ଦିଆ ନିଆ ହୋଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ପ୍ରେମୀଯୁଗଳଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସାଧାରଣ ପ୍ରେମୀଯୁଗଳଙ୍କ ଠାରୁ ପୁରା ନିଆରା । ଯିଏ କି ପ୍ରେମ ନିବେଦନ ପାଇଁ ଦୁହେଁ ଦୁହିଁଙ୍କର ରକ୍ତ ପିଇଥାନ୍ତି । ଆଜ୍ଞା ହଁ ବ୍ରିଟେନରେ ରହୁଥିବା ଏହି ଭାମ୍ପୟାର ଯୋଡିଙ୍କ ନାଁ ହେଉଛି ବେନିନଗାଫ୍ ଏବଂ ଆରୋ ଡ୍ରଭେନ୍ । ଏକ ଡେଟିଙ୍ଗ ସାଇଟ୍ ରୁ ଦୁହେଁ ଦୁହିଁଙ୍କୁ ଭେଟିଥିଲେ । ପ୍ରକୃତରେ ଦୁହେଁ ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଜୀବନ ବଞ୍ଚିବାକୁ ପସନ୍ଦ କରୁଥିଲେ । ସେଥିପାଇଁ ଧିରେ ଧିରେ ଦୁହେଁ ଦୁହିଁଙ୍କର ଘନିଷ୍ଠ ହୋଇପାରିଥିଲେ ।
ଏକ ଇଣ୍ଟରଭ୍ୟୁରେ ଏହି ଭାମ୍ପାୟାର ଯୋଡି ଖୁଲାସା କରିଥିଲେ କି, ଗୋଟେ ଦିନ ଡ୍ରଭେନ୍ ବେନିନଗାଫ୍ ଙ୍କ ସାମ୍ନାରେ ରକ୍ତ ଶୋସିବାର ପ୍ରସ୍ତାବ ରଖିଥିଲେ, ଏବଂ କହିଥିଲେ କି ଏଭଳି କରିବା ଦ୍ୱାରା ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହୋଇଯିବ । ସେହିଦିନ ଠାରୁ ଦୁହେଁ ଦୁହିଁଙ୍କ ଶରୀରରୁ ସିରିଞ୍ଜ ଯୋଗେ ରକ୍ତ ବାହାର କରି ସେହି ରକ୍ତକୁ ସେବନ କରିଥାନ୍ତି ।