ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତରେ ଆତଙ୍କ ରଚୁଛି କରୋନାର ଦ୍ୱିତୀୟ ଲହର । ଏହାକୁ ଦୃଷ୍ଟିରେ ରଖି କାନାଡା ଭାରତରୁୁ ସିଧାସଳଖ ବିମାନ ଉଡାଣ ଉପରେ ଲଗାଇଥିବା କଟକଣାକୁ ଜୁନ୍ ୨୧ ଯାଏଁ ବୃଦ୍ଧି କରିଛି । ଏନେଇ ବିଜ୍ଞପ୍ତି ଜାରି କରିଛି କାନାଡା ସରକାର ।
କାନାଡା ବ୍ରଡକାଷ୍ଟିଂ କର୍ପୋରେସନ (ସିବିସି) ନ୍ୟୁଜ ରିପୋର୍ଟ ଅନୁଯାୟୀ, ଗତ ୨୨ ଏପ୍ରିଲରେ ଲାଗୁଥିବା ୩୦ ଦିନିଆ ପ୍ରତିବନ୍ଧକ ଶନିବାର ଦିନ ହେବାକୁ ଯାଉଛି । କିନ୍ତୁ ସଂକ୍ରମଣ ବୃଦ୍ଧି ପାଇଁ ପୁଣି ଜୁନ୍ ୨୧ ଯାଏଁ ପ୍ରତିବନ୍ଧକ ବୃଦ୍ଧି କରାଯାଇଛି ।
କିନ୍ତୁ ଟୀକାକରଣ ଏବଂ ପ୍ରତିରକ୍ଷା ଉପକରଣ ଭଳି ସାମଗ୍ରୀର ପରିବହନ ପାଇଁ କାର୍ଗୋ ବିମାନକୁ ଅନୁମତି ରହିଛି ।