ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବା ତୁର୍କିକୁ ଭାରି ପଡିଛି । ଭାରତ ପକ୍ଷରୁ ତୁର୍କିକୁ କଡା ସନ୍ଦେଶ ଦିଆଯିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ଯାତ୍ରାକୁ ରଦ୍ଦ କରି ଦିଆଯାଇଛି । ପ୍ରକୃତରେ ସେପ୍ଟମ୍ବର ମାସରେ ହୋଇଥିବା ସଂଯୁକ୍ତ ରାଷ୍ଟ ସଭାରେ କାଶ୍ମୀର ପ୍ରସଙ୍ଗ ଉପରେ ପାକିସ୍ତାନକୁ ତୁର୍କି ରାଷ୍ଟ୍ରପତି ସମର୍ଥନ କରିବା ସହ ଭାରତକୁ ବିରୋଧ କରିଥିଲେ ।
କେବଳ ଏତିକି ନୁହେଁ ପ୍ୟାରିସରେ ହୋଇଥିବା ଫାଇନାନସିଅଲ ଆକ୍ସନ ଟାକ୍ସ ଫୋର୍ସ ବୈଠକରେ ବି ପାକିସ୍ତାନକୁ ସମର୍ଥନ କରିଥିଲା ତୁର୍କି । ବାରମ୍ବାର ପାକିସ୍ତାନକୁ ସମର୍ଥନ କରୁଥିବା ଯୋଗୁଁ ଭାରତ ସରକାର ଏହି ପଦକ୍ଷେପ ଉଠାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ଦୁଇ ଦିନି ତୁର୍କି ଯାତ୍ରାକ ରଦ୍ଦ କରି ଦେଇଛନ୍ତି ।
ସୂଚନାଯୋଗ୍ୟ,ଅକ୍ଟୋବର ୨୭-୨୮ ରେ ସାଉଦ ଆରବରେ ମେଗା ଇଭେଣ୍ଟ ସମିତି ପରେ ତୁର୍କି ଯାତ୍ରା ପାଇଁ ମୋଦିଙ୍କୁ ପ୍ରସ୍ତାବିତ କରାଯାଇଥିଲା । ମୋଦିଙ୍କ ଏହି ଯାତ୍ରା ଦ୍ୱାରା ଦୁଇ ନେଶ ମଧ୍ୟରେ ବ୍ୟବସାୟୀକ ଏବଂ ସୁରକ୍ଷା ସମ୍ବନ୍ଧରେ ସୁଧାରିବାର ଆଶା ଥିଲା କିନ୍ତୁ ଏବେ ଏହା କଠିନ ହୋଇପଡିଛି ।
ହୁଏତ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି ଗସ୍ତ ଫାଇନାଲ ହୋଇନଥିଲା, ସେଥିପାଇଁ ରଦ୍ଦ ହେବାର ପ୍ରଶ୍ନ ବି ଉଠୁନାହିଁ ।