ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସର ସଙ୍କଟ ମଧ୍ୟରେ ଭାରତକୁ ସହାୟତାର ହାତ ବଢାଇଲା ଆମେରିକା । କରୋନା ଭାଇରସ ସଂକ୍ରମଣକୁ ଧୀମା କରିବା ପାଇଁ ଭାରତକୁ ସ୍ୱାସ୍ଥ୍ୟ ସହାୟତା ରୂପରେ ୪୪୮ କୋଟି ଟଙ୍କା(୫.୯ କରୋଡ ଡଲାର) ଦେଇଛି ଆମେରିକା ।
ଏନେଇ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଆମେରିକାର ଏହି ରାଶିକୁ ଭାରତ କରୋନା ବ୍ୟାପିବାରୁ ରୋକିବା ପାଇଁ ବ୍ୟବହାର କରିବ । ଏହାସହିତ ଜରୁରୀକାଳୀନ ପ୍ରସ୍ତୁତି ପାଇଁ ବ୍ୟବହାର ହେବ ।
ଆମେରିକା ପକ୍ଷରୁ କୁହାଯାଇଛି କି, ଗତ ୨୦ ବର୍ଷ ମଧ୍ୟରେ ଭାରତକୁ ୨୧,୨୮୦ କୋଟି ଟଙ୍କା (୨୮୦ କୋଟି ଆମେରିକି ଡଲାର) ର ସହାୟତା କରିଛି ଆମେରିକା । ଯେଉଁଥିରେ ୧୦,୬୪୦ କୋଟି ଟଙ୍କା (୧୪୦ କୋଟି ଡଲାର)ସ୍ୱାସ୍ଥ୍ୟ ସହାୟତା ପାଇଁ ଦିଆଯାଇଛି ।