ମୁମ୍ବାଇ ( ଏଟିଆର ବ୍ୟୁରୋ): ଗିରଫ ହେଲା ମୋଷ୍ଟ ୱାଣ୍ଟେଡ ଅଣ୍ଡର ୱାଳଡ ଡନ ଦାଉଦର ପୁତୁରା । ଦାଉଦର ଭଣଜା ରିଜୱାନକୁ ଆଣ୍ଟି ଏକ୍ସଟୋର୍ସନ ସେଲ ଦାଉଦ ପୁତୁରାକୁ ଗିରଫ କରିଛି । ରିଜୱାନ ଦାଉଦର ବଡଭାଇ ଇକବାଲ କାଶକରର ପୁଅ । ଏହି ନିକଟରେ ଦାଉଦର ନିକଟ ତମ ଅହମଦ ରଜାକକୁ କ୍ରାଇମ ବ୍ରାଞ୍ଚ ଦୁବାଇରୁ ମୁମ୍ବାଇ ଆଣିଥିଲା । ତେବେ ତାକୁ କ୍ରାଇମ ବ୍ରାଞ୍ଚର ପଚରା ଉଚରାରୁ ଜଣା ପଡିଛି ରିଜୱାନ ମୁମ୍ବାଇ ବିଷ୍ପୋରଣ ମାମଲାରେ ସାମିଲ ରହିଥିଲା ।
ତେବେ ଗିରଫ କରାଯିବା ସମୟରେ ସେ ଦାଉଦର ପୁତୁରା ଦୁବାଇ ଚାଲି ଯିବାକୁ ଉଦ୍ୟମ କରୁଥିଲା । ସୂଚନାଯୋଗ୍ୟ ମୁମ୍ବାଇରେ ଦୁଇ ଜଣ ବ୍ୟବସାୟୀଙ୍କ ମଧ୍ୟରେ ଟଙ୍କା ନେଣ ଦେଣ ନେଇ ବିବାଦ ଲାଗିଥିଲା । ଜଣେ ବ୍ୟବସାୟୀ ଦୁବାଇ ଯାଇ ଏହି ବିଷୟରେ ଫଇମ ମଚମଚକୁ ଜଣାଇଥିଲା । ଦୁବାଇରୁ ଫୋନ ମାଧ୍ୟମରେ ଅନ୍ୟ ବ୍ୟବସାୟୀଙ୍କୁ ଧମକ ମିଳିଥିଲା ।
ତେବେ ଏହି ଘଟଣାକୁ ନେଇ ଦାଉଦର ପୁତୁରା ରିଜୱାନ ଦୁଇ ଜଣ ବ୍ୟବସାୟୀକୁ ନେଇ ମଚମଚ ପାଖରେ ମାମଲାର ରଫା ଦଫା କରିବାକୁ ଚାହୁଥିଲା । ତେବେ ଏ ନେଇ ଜଣେ ବ୍ୟବସାୟୀ ନାରାଜ ହୋଇଥିଲେ । ଏ ଖବର ପୋଲିସ ବିଶେଷ ସୂତ୍ରରୁ ଜାଣିବାକୁ ପାଇବା ପରେ ପୋଲିସ ପ୍ରଥମେ ରିଜୱାନକୁ ଗିରଫ କରିଥିଲା । ପରେ ଆଉ ଦୁଇଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଥିଲା ।