ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାରେ ଏବେ ମୃତ୍ୟୁ ସଂଖ୍ୟା ୯ ଶହ ଟପିଛି । ଗତକାଲି ୯୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିଭଳି ଗତକାଲି ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ଟପି ଯାଇଛି । ସେଠାକାର ଗଣମାଧ୍ୟମର ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ୯ ଶହ ଟପି ଯାଇଛିି । ଯାହା ୨୦୦୨ ଓ ୨୦୦୩ ମସିହାରେ ସାର୍ସ ସଂକ୍ରମଣ ଯୋଗୁ ୭୭୪ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ଏହି ସଂକ୍ରମଣରେ ସେତେବେଳେ ୮୦୯୬ ଜଣ ଆକ୍ରାନ୍ତ ହୋଇଥିଲେ ।
ଯାହାର ରେକର୍ଡ ଏବେ କରୋନା ଭାଇରସ କାଟି ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ମୁତାବକ ଏବେ ଏହା ୨୪ ଟି ଦେଶକୁ ବ୍ୟାପି ସାରିଲାଣି ।କେବଳ ଗତକାଲି ୪୪୪ ଜଣ ନୂଆ ସଂକ୍ରମଣ ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି ମାତ୍ର ୨ ଘଣ୍ଟା ମଧ୍ୟରେ କରୋନାର ଉତ୍ପତ୍ତି ସ୍ଥଳ ହୁବେଇ ସହରରେ ୨ ହଜାରରୁ ଅଧିକ ଲୋକ ଏହି ଭାଇରସର ଶୀକାର ହୋଇଛନ୍ତି ।