ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ବାଂଲାଦେଶ ଗତ କିଛି ବର୍ଷ ହେବ ଶିଶୁ କୁପୋଷଣ ଭଳି କଠିନ ସମସ୍ୟା ଦେଇ ଗତି କରୁଛି । ବର୍ତ୍ତମାନ ୬ବର୍ଷ ପରେ ବାଂଲାଦେଶ ପାଇଁ ଭଲ ଖବର ରହିଛି ।
ୟୁନିସେଫ ଓ ବାଂଲାଦେଶ ବ୍ୟୁରୋ ଅଫ ଷ୍ଟାଟିଷ୍ଟିକସ୍ ର ରିପୋର୍ଟ ଅନୁଯାଇ ଗତ ୬ବର୍ଷ ମଧ୍ୟରେ ବାଂଲାଦେଶର ଶିଶୁ କୁପୋଷଣ ହାର ପାଖାପାଖି ଅଧା ପ୍ରତିଶତ କମିଛି । ସୂଚନା ଅନୁସାରେ ପୂର୍ବରୁ ୨୦୧୩ ମସିହାରେ ବାଂଲାଦେଶର ଶିଶୁ କୁପୋଷଣ ହାର ୪୨ପ୍ରତିଶତ ଥିବା ବେଳେ ବର୍ତ୍ତମାନ ଏହା ଖସି ୨୮ପ୍ରତିଶତରେ ପହଞ୍ଚିଛି ।
ମଲ୍ଟିପଲ ଇଣ୍ଡିକେଟର କ୍ଳଷ୍ଟର ସର୍ଭେ ସଂସ୍ଥା ଅନୁଯାଇ ବର୍ତ୍ତମାନ ବାଂଲାଦେଶରେ ପରିସ୍ଥିତି ଆଗ ଅପେକ୍ଷା ସୁଧୁରିବାରେ ଲାଗିଛି । ଏବେ ଦେଶରେ ପାନୀୟ ଜଳର ସମସ୍ୟା ବହୁ ମାତ୍ରାରେ କମିଛି ଏହା ସହିତ ପ୍ରତ୍ୟେକ ଗାଁରେ ଏବେ ସବୁ ଘରେ ସମସ୍ତେ ସୌଚାଳୟ ବ୍ୟବହାର କରୁଛନ୍ତି ଯାହା ଫଳରେ ପରୋକ୍ଷରେ ଦେଶ ସମ୍ପୂର୍ଣ୍ଣ ଭାବରେ ରୋଗ ମୁକ୍ତ ହୋଇପାରିବ ।