ମୁମ୍ବାଇ(ଏଟିଆର ବ୍ୟୁରୋ): ଓମ ଶାନ୍ତି ଓମ ଫିଲ୍ମ ମାଧ୍ୟମରେ ବଲିଉଡରେ ଡେଭ୍ୟୁ କରିଥିବା ଦୀପିକା ପାଦୁକୋନ କିଛି ଦିନ ମଧ୍ୟରେ ହିଁ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣି ନେଇଥିଲେ । ଏହା ସହ ବଳିଉଡରେ ଜଣେ ଭଲ ହିରୋଇନ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ତେବେ ନିଜର ଲଭ କ୍ୟାରିୟର ଓ ସ୍ୱାମୀ ରନବିର ସିଂଙ୍କୁ ନେଇ ସଦାବେଳେ ଚର୍ଚ୍ଚାରେ ରହିଥାନ୍ତି ଦୀପିକା । ଏହା ସହ ସେ ନିଜ ଲିଭ୍ ଲଭ୍ ଲାଫ୍ ଫାଉଣ୍ଡେଶନ୍ ପାଇଁ ମଧ୍ୟ ବେଶ ପରିଚିତ । ଏହି ଫାଉଣ୍ଡେସନ ଜରିଆରେ ମାନସିକ ସ୍ୱାସ୍ଥ୍ୟକୁ ନେଇ ଲୋକ ମାନଙ୍କୁ ସଚେତନ କରାଯାଏ । ଏଥି ପାଇଁ ଦୀପିକା ପାଦୁକୋନଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି ।
[Video] Deepika Padukone's acceptance speech at the Crystal Aawards, World Economic Forum 2020👏🏽❤️ #WEF20 pic.twitter.com/xMoQx5S7lu
— Deepika Padukone FC (@DeepikaPFC) January 20, 2020
ସ୍ୱିଜରଲାଣ୍ଡର ଡାଭୋସରେ ଆୟୋଜିତ ହୋଇଥିବା ୨୬ ତମ କ୍ରିଷ୍ଟଲ ଆୱାର୍ଡରେ ତାଙ୍କୁ ସମ୍ମାନୀତ କରାଯାଇଛି । ୱାର୍ଲଡ ଇକୋନୋମିକ ଫୋରମ୍ କ୍ରିଷ୍ଟଲ ଆୱାର୍ଡ ଦୀପିକାଙ୍କୁ ସମ୍ମାନିତ କରାଯାଇଛି । କ୍ରିଷ୍ଟଲ ଆୱାର୍ଡ ୨୦୨୦ରେ ଦୀପିକା ଏକମାତ୍ର ଭାରତୀୟ ଭବେ ସ୍ଥାନ ପାଇଛନ୍ତି । ଦୀପିକା ଆୱାର୍ଡ ନେବା ସମୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦୀପିକା ଆୱାର୍ଡ ପାଇବା ପରେ ନିଜ ଖୁସି ଜାହିର କରିଛନ୍ତି ।