ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୨୪-୨୫ରେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫ ଭାରତ ଗ୍ରସ୍ତରେ ଆସୁଛନ୍ତି । ଏଥିପାଇଁ ସେ ଅଧିକ ଉତ୍ସାହିତ ମଧ୍ୟ ଅଛନ୍ତି ।
କିନ୍ତୁ ଏହି ଉତ୍ସାହରେ ଟ୍ରମ୍ଫ ଏକ ବଡ ଭୁଲ କରି ଦେଇଛନ୍ତି । ଟ୍ରମ୍ଫ ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ତୁଳନା କରି ଏକ ମିଛ ମନ୍ତବ୍ୟ ଦେଇଛନ୍ତି । ଗତକାଲି ଟ୍ରମ୍ଫ ନିଜ ଟ୍ୱିଟର ପେଜ୍ ରେ ଏକ ଟ୍ୱିଟ୍ କରିଛନ୍ତି । ଯେଉଁଥିରେ ସେ ଫେସବୁକର ସିଇଓ ମାର୍କ ଜୁକର ବର୍ଗଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥି ସହିତ ସେ ନିଜେ ଫେସବୁକରେ ପୁରା ବିଶ୍ୱରେ ନମ୍ବର ୱାନ ଏବଂ ମୋଦି ତାଙ୍କ ପଛରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବୋଲି ଲେଖି ପୋଷ୍ଟ କରିଛନ୍ତି ।
Great honor, I think? Mark Zuckerberg recently stated that “Donald J. Trump is Number 1 on Facebook. Number 2 is Prime Minister Modi of India.” Actually, I am going to India in two weeks. Looking forward to it!
— Donald J. Trump (@realDonaldTrump) February 14, 2020
ତଥ୍ୟ ଅନୁସାରେ ଟ୍ରମ୍ଫଙ୍କ ଏହି ଦାବି ସମ୍ପୂର୍ଣ୍ଣ ଭାବରେ ଭୁଲ । ଫେସବୁକରେ ଏପର୍ଯ୍ୟନ୍ତ ଏକ ସମ୍ବର ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ରହିଛନ୍ତି । ଫେସବୁକରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ଫଙ୍କ ୨୭,୫୩୭,୧୭୭ ଜଣ ଫଲୋର୍ସ ଅଛନ୍ତି ଏବଂ ମୋଦିଙ୍କର ୪୪,୩୭୯,୬୦୦ ଜଣ ଫଲୋର୍ସ ପେସବୁକରେ ଅଛନ୍ତି । ଦେଖିବାକୁ ଗଲେ ଟ୍ରମ୍ଫଙ୍କର ମୋଦୀଙ୍କ ତୁଳନାରେ ଅଧାରୁ ବି କମ୍ ଫଲୋର୍ସ ଅଛନ୍ତି ।