ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫେବୃଆରୀରେ ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ମାତ୍ର ଏନେଇ କୌଣସି ନିର୍ଦ୍ଧଷ୍ଟ ତାରିଖ ଘୋଷଣା ହୋଇନାହିଁ ।
ସେପ୍ଟମ୍ବରରେ ହ୍ୟୁଷ୍ଟନରେ ଆୟୋଜିତ ହୋଇଥିବା ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଭଳି ,ଟ୍ରମ୍ପ ତାଙ୍କ ଭାରତ ଗସ୍ତରେ ଆସି ଗୁଜୁରାଟର ଅହମଦାବାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରିପାରନ୍ତି ।
ସୂଚନାଯୋଗ୍ୟ, ହାଓଡି ମୋଦି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋନ୍ଧିତ କରିଥିଲେ । ଯେଉଁଥିରେ ଅନେକ ସଂଖ୍ୟାରେ ଭାରତୀୟ ଏବଂ ଆମେରିକୀୟ ସମୁଦାୟ ସାମିଲ ରହିଥିଲେ ।
ମିଡିଆ ରିପୋର୍ଟ ମୁତାବକ, ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଫେବୃଆରୀରେ ହେବ । ଆୟୋଜନ ସଂ ସମ୍ବୋନ୍ଧିତ ଲୋକ କହିଛନ୍ତି , ଭାରତ ଗସ୍ତରେ ଟ୍ରମ୍ପ ଏକୁଟିଆ ଆସିବେ, ଯେଉଁଥିରେ ନୂଆଦିଲ୍ଲୀକୁ ବାଦ୍ ଦେଇ କୌଣସି ଏକ ଭାରତୀୟ ସହରକୁ ଗସ୍ତ କରିବେ ଟ୍ରମ୍ପ ।