ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ଓ ଇରାକ ମାମଲାକୁ ନେଇ ଆଜି ଡୋନାଲ୍ଡ ଟ୍ରମ୍ପ ଦେଶବାସୀଙ୍କୁ ସମ୍ଭୋଧନ କରିଛନ୍ତି । ସେ ଇରାକ ସହିତ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଛନ୍ତି ବୋଲି ନିଜ ଅଭିଭାଷଣରେ ଇଙ୍ଗିତ କରିଛନ୍ତି । ତେବେ ଟ୍ରମ୍ପଙ୍କ ଏହି ଭଭିଭାଷଣ ପରେ ଦୁଇ ଦେଶ ପରସ୍ପର ଉପରେ କରୁଥିବା ଆକ୍ରମଣ କମିବ ବୋଲି ଆଶା କରାଯାଉଛି । ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଇରାନ ଉପରେ ଅନ୍ୟ ପ୍ରକାର ପ୍ରତିଶୋଧ ନେଇହେବ ।
ସୂଚନାଯୋଗ୍ୟ ଗତ ସପ୍ତାହରେ ଆମେରିକା ଡ୍ରୋନ ମାଡ କରି ଇରାକ ଜେନେରାଲ କାଶିମ ସୁଲେମାନି ଏବଂ ଇରାକର କମାଣ୍ଡର ଅବୁ ମହଦି ଅଲ ମୁହାନ୍ଦିସକୁ ହତ୍ୟା କରିଥିଲା । ପରେ ଆମେରିକା ଏୟାରବେସରେ ଇରାନ ପକ୍ଷରୁ ୨୨ ଟି ମିଶାଇଲ ମାଡ କରାଯାଇଥିଲା । ଯେଉଁଥିରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଅନ୍ୟପଟେ ଗତକାଲି ବିଳମ୍ବିତ ରାତିରେ ବାଗବାଦ ‘ଗ୍ରୀନ ଜୋନ’ କୁ ୨ ଟି ରକେଟ ମାଡ କରାଯାଇଥିଲା । ଏଠାରେ ଆମେରିକାର ଦୂତାବାସ ସହିତ ଅନେକ ଗୁଡିଏ ରାଷ୍ଟ୍ରର ଦୂତାବାସ ରହିଛି ।