ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ବିଷୟରେ କିଏ ବା ନ ଜାଣେ । ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତା ଏତେ ମାତ୍ରାରେ ଦୃଢ ଯେ ଆତଙ୍କବାଦୀ ମାମଲାରେ ବି ଚୀନ ପାକିସ୍ତାନକୁ ସହଯୋଗ କରିଥାଏ ।
ମାତ୍ର ଏବେ ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଶୁକ୍ରବାର କହିଛନ୍ତି କି ଚୀନ ଭାରତ ସହିତ ନିକଟ ସମ୍ବନ୍ଧ ସ୍ଥାପିତ କରିବାକୁ ଚାହୁଁଛି । କିନ୍ତୁ ପାକିସ୍ତାନକୁ ନେଇ ସେ କହିଛନ୍ତି କି ସେ ଚୀନ ପାଇଁ ସର୍ବଦା ବିଶେଷ ସହଯୋଗୀ ହୋଇ ରହିବ ।
ଏହାସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ କମ କରିବା ପାଇଁ ୱାଙ୍ଗ କହିଛନ୍ତି । ସେ କହିଛନ୍ତି କି ପୁଲୱାମା ଆତଙ୍କୀ ହମଲା ପରେ ଦୁଇ ଦେଶ ମଧ୍ୟରେ ବୁଝା ସୁଝା କରି ଖୁବ୍ ଶୀଘ୍ର ନୂତନ ଶୂଭାରମ୍ଭ କରିବା ଉଚିତ୍ । ଏବଂ ବର୍ତ୍ତମାନର ଉତ୍ତେଜନାକୁ ଦୀର୍ଘକାଳୀନ ସୁଧାର ପରିବର୍ତ୍ତନ କରିବା ପାଇଁ ମୁଁ ଦୁଇ ଦେଶକୁ ଉପଦେଶ ଦେବି ।
ସେ ଆହୁରୀ ମଧ୍ୟ କହିଛନ୍ତି କି ଚୀନ ଏବଂ ଭାରତ ପାଇଁ ୨୦୧୮ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଯେଉଁଥିରେ ଉଚ୍ଚ ସ୍ତରୀୟ ନୂତନ ମଡେଲ ତିଆରି ହୋଇଛି । ଏହି ଶିଖର ସମ୍ମିଳନୀ ପରେ ଚୀନ ଏବଂ ପାକିସ୍ତାନର ସମ୍ପର୍କ ସୁଦୃଢ ଥିବା ପରେ ବି ଭାରତ ସହିତ ଚୀନ ନିକଟ ସମ୍ବନ୍ଧ ବିକାଶ କରିବାକୁ ଚାହୁଁଛି ।
ମାତ୍ର ପାକିସ୍ତାନ କିଭଳି ଭାବେ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛି , ଏହାବ୍ୟତିତ ଭାରତ ଏବଂ ପାକିସ୍ତାନ ବିରୋଧରେ ୱାଙ୍ଗ କିଛି ବି କହି ନାହାନ୍ତି । ସେ କେବଳ ଭାରତ ସହିତ ବନ୍ଧୁତା ସ୍ଥାପନ କରିବାକୁ ନେଇ ଆଲୋଚନା କରିଛନ୍ତି ।
ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଆତଙ୍କୀ ସଂଗଠନ ଜୈଶ-ଏ-ମୋହମ୍ମଦର ମୁଖ୍ୟ ମସୁଦ ଅଜହରକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଚାହୁଁଛି । ଏତି ମଧ୍ୟରେ ଚୀନ କୁ ଛାଡିଦେଲେ ଅନ୍ୟ ସମସ୍ତ ଦେଶ ଭାରତର ସାଥ୍ ଦେଉଛନ୍ତି । ମସୁଦ ଅଜହରକୁ ଆତଙ୍କବାଦୀ ଘୋଷଣା କରାଯିବାକୁ ନେଇ ପ୍ରଥମରୁ ହିଁ ଚୀନ୍ ଭାରତ ବିରୋଧରେ କହି ଆସୁଛି ।