ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚିଡିଆ ଖାନାରେ ବୁଲିବା ଅନୁଭୁତି ସବୁଠାରୁ ନିଆରା । ଆଉ ଯଦି ଖୋଲା ଖୋଲି ଭାବେ ଚିଡିଆ ଖାନା ଭିତରେ ଆପଣ ବୁଲୁଛନ୍ତି ତେବେ ତା ଅନୁଭୂତି ଆହୁରି ନିଆରା । କିନ୍ତୁ ଆପଣ ମାନେ ବୁଲୁଥିବା ଚିଡିଆଖାନା ବା ପାର୍କରେ ବନ୍ୟ ଜନ୍ତୁଙ୍କ ପାଇଁ ସ୍ୱତନ୍ତ୍ର କରିଡର ହୋଇଥାଏ । ଯେଉଁଥିରେ ବନ୍ୟଜନ୍ତୁଙ୍କୁ ଜାଲି ବା ତାର ବାଡ ଭିତରେ ରଖା ଯାଇଥାଏ । ଆପଣ ଗାଡି ମାଧ୍ୟମରେ ତା ଭିତରେ ବୁଲି ବନ୍ୟଜନ୍ତୁଙ୍କୁ ଅତି ପାଖରୁ ଦେଖି ପାରନ୍ତି ।
ତେବେ ବିଶ୍ୱରେ ଏମିତି ବି କିଛି ପାର୍କ ଅଛି ଯୋଉଠି ଆପଣ ନିଜ କାରରେ ନିଜ ହେପାଜତରେ ଜଙ୍ଗଲ ଭିତରେ ପ୍ରବେଶ କରି ପଶୁପକ୍ଷୀଙ୍କୁ ଦେଖି ପାରିବେ । ସେମିତି ଏକ ପାର୍କ ବା ପ୍ରାଣୀ ଉଦ୍ୟାନ ହେଉଛି ଥାଇଲାଣ୍ଡର ୱାଇ ନ୍ୟାସନାଲ ପାର୍କ । ଏହି ନିକଟରେ ଏହି ପାର୍କରେ ଗୋଟେ କାର ଉପରେ ଗୋଟେ ହାତୀ ବସି ପଡିଥିଲା । ଯାହାର ଭିଡିଓ ମଧ୍ୟ ଶୋସାଲ ମିଡିଆରେ ଭାଇରାଲ ହୋଇଥିଲା । ଖବରମୁତାବକ ଏହି ନ୍ୟାସନାଲ ପାର୍କରେ ଜଣେ କର ଚାଳକ କାର ନେଇ ଯାଉଥିବା ବେଳେ ହଠାତ ଏକ ହାତୀ ଆସି ତାଙ୍କ କାର ଉପରେ ବସିବାକୁ ଚେଷ୍ଟା କରିଥିଲା ।
ଏମିତି କି କାର ଉପରେ ଗୋଡ ଦେଇ ଚଢି ଯାଇଥିଲା । ଏହି ସମୟରେ କାର ଚାଳକ ବିଚଳିତ ହୋଇ ପଡିଥିଲେ । ଶେଷରେ କାର ଚାଳକ ଜଣଙ୍କ ନିଜ ଉପସ୍ଥିତ ବୁଦ୍ଧି ଖର୍ଚ୍ଚ କରି କାରକୁ ଜୋରରେ ଚଳାଇ ନେବାରୁ ହାତୀଟି ଖସି ପଡିଥିଲା । ବସଥିବା ଏହି ହାତୀର ବୟସ ୩୫ ବର୍ଷ ହେବ ବୋଲି ଜଣା ପଡିିଛି ।