ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଲୋନ୍ ମସ୍କ ପୁଣି ଥରେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ହେବାର ମୁକୁଟ ହରାଇଛନ୍ତି। ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ପହଁଚିଛନ୍ତି ମସ୍କ ।
ଏକ ରିପୋର୍ଟରେ କୁହାଯାଇଛି ଯେ ବୁଧବାର ଦିନ ଟେସଲା ସେୟାର ୫% ରୁ ଅଧିକ ହ୍ରାସ ପାଇଛି। ଏହାଦ୍ୱାରା ମସ୍କ ଙ୍କର ପ୍ରାୟ ଦୁଇ ବିଲିୟନ ଡଲାର କ୍ଷତି ଘଟିଛି । ଏହା ପରେ ଫ୍ରାନ୍ସର ବ୍ୟବସାୟୀ ବର୍ନାର୍ଡ ଆର୍ନାଲ୍ଟ ପୁଣି ଥରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିଛନ୍ତି । ବୁଧବାରର ବାଣିଜ୍ୟ ଅଧିବେଶନରେ ମସ୍କଙ୍କ ସମ୍ପତ୍ତି ୧.୯ ବିଲିୟନ ଡ଼ଲାରରେ ହ୍ରାସ ହୋଇ ୧୮୪ ବିଲିୟନ ଡ଼ଲାରରେ ପହଞ୍ଚିଛି। ଏହି ସମୟରେ, ଆର୍ନାଲ୍ଟଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୮୬ ବିଲିୟନ ଡ଼ଲାର୍ ।
ଟେସଲା, ସ୍ପେସ୍ ଏକ୍ସ ଏବଂ ଟ୍ୱିଟର ପରି କମ୍ପାନୀର ମୁଖ୍ୟ ମସ୍କ ଚଳିତ ସପ୍ତାହରେ ପୁନର୍ବାର ବିଶ୍ୱର ଏକ ନମ୍ବର ବ୍ୟକ୍ତି ହୋଇଥିଲେ। ବ୍ଲୁମବର୍ଗ ବ୍ୟବସାୟ ସୂଚକାଙ୍କ ଅନୁଯାୟୀ, ମସ୍କଙ୍କ ମୋଟ ସମ୍ପତି ମୂଲ୍ୟ ପ୍ରାୟ ୧୮୭.୧ ବିଲିୟନ ଡ଼ଲାର ରହିଥିଲା ।