ଲଣ୍ଡନ (ଏଟିଆର ବ୍ୟୁରୋ); ଆଜି ବିଶ୍ୱକପରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଖେଳାଯିବ । ଆଜି ଇଂଲଣ୍ଡକୁ ଭେଟିବ ନ୍ୟୁଜିଲାଣ୍ଡ । ଚଳିତ ବିଶ୍ୱକପରେ ଭାରତ ଏବଂ ଅଷ୍ଟ୍ରେଲିଆ ନିଜର ସ୍ଥାନ ସେମିରେ ପକ୍କା କରିଥିବା ବେଳେ ବାକି ଦୁଇଟି ସ୍ଥାନ ପାଇଁ ୪ଟି ଟିମ୍ ଅପେକ୍ଷା କରିଛନ୍ତି । ଆଜିର ମ୍ୟାଚ ଗୋଟିଏ ଦଳର ରାସ୍ତା ପରିଷ୍କାର କରିବ । ନ୍ୟୁଜିଲାଣ୍ଡ ୮ମ୍ୟାଚରୁ ୧୧ ପଏଣ୍ଟ ପାଇଥିବା ବେଳେ ଇଂଲଣ୍ଡ ୧୦ ପଏଣ୍ଟ ପାଇଛି ।
ଆଜି ଯେଉଁ ଦଳ ଜିତିବ ସେ ସିଧା ସେମିରେ ପ୍ରବେଶ କରିବ । ଇଂଲଣ୍ଡ ଯଦି ହାରେ ତେବେ ଶେଷ ମ୍ୟାଚ ପର୍ଯ୍ୟନ୍ତ ଅପେକ୍ଷା କରିବ । ପାକିସ୍ତାନ ଏବଂ ବାଲାଂଦେଶ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ନିର୍ଭର କରିବ । ପାକିସ୍ତାନ ଯଦି ମ୍ୟାଚ ଜିତେ ତାହେଲେ ଇଂଲଣ୍ଡ ସେମି ଯାଇପାରିବନି । ପାକିସ୍ତାନ ଏବେ ୯ ପଏଣ୍ଟ ପାଇଛି । ଶେଷ ମ୍ୟାଚ ଜିତିଲେ ୧୧ ପଏଣ୍ଟ ପାଇ ସେମିରେ ପହଁଞ୍ଚିବ ।
ଅପରପକ୍ଷରେ ଇଂଲଣ୍ଡ ଯଦି ଜିତେ ତେବେ ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ମ୍ୟାଚ ଉପରେ ନିର୍ଭର କରିବ । କାରଣ ପାକିସ୍ତାନ ମ୍ୟାଚ ଜିତିଲେ ମଧ୍ୟ ବଡ ବ୍ୟବଧାନରେ ଜିତିବାକୁ ପଡିବ । ନହେଲେ ମ୍ୟାଚ ଜିତିଲେ ମଧ୍ୟ ସେମି ଆଶା ମଉଳିଯିବ । ଇଂଲଣ୍ଡ ଏବଂ ପାକିସ୍ତାନ ହାରେ ତେବେ ଦଳ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ଉପରେ ମଧ୍ୟ ନିର୍ଭର କରିବ । ଶ୍ରୀଲଙ୍କା ଶେଷ ମ୍ୟାଚ ଜିତିଲେ ୧୦ ପଏଣ୍ଟ ହେବ ଏବଂ ଇଂଲଣ୍ଡ ଆଜି ମ୍ୟାଚ ହାରିବା ପରେ ମଧ୍ୟ ୧୦ ପଏଣ୍ଟରେ ରହିବ । ଏଣୁ ନେଟ ରନରେଟ ହିସାବରେ ଗୋଟିଏ ଦଳ ସେମିକୁ ଯିବ ।