ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ୟାରିସ ର ଏଫଟିଏଫ ବୈଠକରେ ଆଜି ପାକିସ୍ତାନର ଭାଗ୍ୟ ପରୀକ୍ଷା ହେବ । ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ଯୋଗୁଁ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ଗ୍ରେ ଲିଷ୍ଟରେ ରଖାଯିବାର ନିଷ୍ପତି ନିଆଯାଇଥିଲା । ଏନେଇ ଆଜି ଆଧିକାରିକ ଅନୁଯାୟୀ ଘୋଷଣା କରାଯାଇପାରେ ।
ଆତଙ୍କି ଫଣ୍ଡିଙ୍ଗ ଏବଂ ମନି ଲାଣ୍ଡ୍ରିଂ ସହ ଜଡିତ ମାମଲାକୁ ରୋକିବାରେ ପାକିସ୍ତାନ ବିଫଳ ହୋଇଛି । ଯେଉଁଥି ପାଇଁ ପାକିସ୍ତାନ ଉପରେ ବ୍ଲାକଲିଷ୍ଟ ହେବାର ସଙ୍କଟ ଘାରୁଛି । ହୁଏତ ଚୀନ, ତୁର୍କି ଏବଂ ମାଲୟେଶିଆ ର ସମର୍ଥନ ଯୋଗୁଁ ପାକିସ୍ତାନ ଗ୍ରେ ଲିଷ୍ଟ ରହିଛି ।
ପ୍ରକୃତରେ କୌଣସି ଦେଶକୁ ବ୍ଲାକଲିଷ୍ଟ ହେବାରୁ ରକ୍ଷା କରିବା ପାଇଁ ତିନୋଟି ଦେଶର ସମର୍ଥନ ଆବଶ୍ୟକ । ସେଥିପାଇଁ ପାକିସ୍ତାନକୁ ଚୀନ୍,ତୁର୍କି ଏବଂ ମାଲୟେଶିୟା ର ସମର୍ଥନ ମିଳିଛି । ଏବେ ପାକିସ୍ତାନ ବ୍ଲାକଲିଷ୍ଟ ନ ହେବାର ସମ୍ଭାବନା ଅଧିକ ରହିଛି । ଏନେଇ ପାକିସ୍ତାନର ଆର୍ଥିକ ମାମଲାର ମନ୍ତ୍ରୀ ହମ୍ମାଦ ଅଜହରଙ୍କ ନେତୃତ୍ୱର ପ୍ରତିନିଧିମଣ୍ଡଳ ବୈଠକରେ କହିଛନ୍ତି , ୨୭ ରୁ ୨୦ ବିନ୍ଦୁ ଉପରେ ପାକିସ୍ତାନ ସକରାତ୍ମକ ପ୍ରଗତି କରିଛି ।
ପାକିସ୍ତାନକୁ ବ୍ଲାକଲିଷ୍ଟରେ ପକାଇବା ପାଇଁ ଭାରତ ପକ୍ଷରୁ ଦାବି କରାଯାଇଛି । ବର୍ତ୍ତମାନ ପାକିସ୍ତାନ ଗ୍ରେ ଲିଷ୍ଟରେ ରହିଛି । ଏବଂ ଏଥିରୁ ବାହାରକୁ ବାହାରିବା ପାଇଁ ଚେଷ୍ଟା କରୁଛି । ମନି ଲାଣ୍ଡ୍ରିଂ ଏବଂ ଆତଙ୍କିଫଣ୍ଡ ବିରୋଧରେ କାର୍ଯ୍ୟକାରୀ କରିବା ପାଇଁ ପାକିସ୍ତାନକୁ ଅକ୍ଟୋବର ପର୍ଯ୍ୟନ୍ତ ଏଫଏଟିଏଫ ସମୟ ଦେଇଥିଲା ।