ମୁମ୍ବାଇ(ଏଟିଆର ବ୍ୟୁରୋ): ବର୍ତ୍ତମାନ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ସବୁଠାରୁ ମୂଲ୍ୟବାନ କମ୍ପାନୀରେ ପରିଣତ ହୋଇଛି । ଏବେ ଟପ – ର୍ ୪୦ରେ ଅଛି ରିଲାଏନ୍ସ ଜିଓ କମ୍ପାନୀ । ଏହା ସହ ୨୧୦ ବିଲିୟନ ଡଲାର ମାନେ (୧୫ ଲକ୍ଷ କୋଟି ଟଙ୍କାରୁ ବି ଅଧିକ) ମର୍କେଟ୍ କ୍ୟାପିଟାଲ ସହିତ ମୁକେଶଙ୍କ ରିଲାଏନ୍ସ ଭାରତର ୧ ନମ୍ବର କମ୍ପାନୀରେ ପରିଣତ ହୋଇଛି। ଅଶୋଧିତ ତୈଳ, ରିଫାଇନାରୀ, ପେଟ୍ରୋ, ରସାୟନ,ରିଟେଲ ଓ ଟେଲିକମ ସେକ୍ଟରରେ କାମ କରୁଥିବା ଦେଶର ମୁଖ୍ୟ କମ୍ପାନୀ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍।
ଏନଏସଇ ଇଣ୍ଟ୍ରା ଡେରେ ଗୁରୁବାର ରିଲାଏନ୍ସ ପ୍ରତି ସେୟାର ମୂଲ୍ୟ ୨,୩୪୪.୯୫ ଟଙ୍କାରେ ପହଞ୍ଚିଥିବା ବେଳେ ଏହା ଏପର୍ୟ୍ୟନ୍ତ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି। ଏନଏସଇରେ ରିଲାଏନ୍ସ ପିପି ସେୟାରରେ ୧୦ ପ୍ରତିଶତର ଅପର ସର୍କିଟ୍ ଲାଗିଥିବା ବେଳେ ୧,୩୯୩.୭ ଟଙ୍କାର ସର୍ବକାଳୀନ ଦରରେ ବନ୍ଦ ହୋଇଛି। ଫଳରେ ଇଣ୍ଟ୍ରା-ଡେରେ କମ୍ପାନୀର ମାର୍କେଟ୍ କ୍ୟାପ୍ ୧୪.୪୫ଲକ୍ଷ କୋଟି ଅର୍ଥାତ ୨୧୦ ବିଲିୟନ ଡଲାର ପାର ହୋଇଯାଇଛି।
ଏହା ହେଉଛି ଭାରତରେ ପ୍ରଥମ କମ୍ପାନୀ ଯାହାକି ବିଶ୍ୱର ୪୦ ଟି ଭଲ କମ୍ପାନୀ ମଧ୍ୟରେ ସ୍ଥାନ ପାଇ ପାରିଛି । କୌଣସି ଭାରତୀୟ କମ୍ପାନୀ ୨୦୦ ବିଲିୟନ ଡଲାରରେ ପହଞ୍ଚିବାର ଏକ ପ୍ରଥମ ଘଟଣା ବୋଲି ବଜାର ସମୀକ୍ଷକମାନେ କହିଛନ୍ତି। ସେହିପରି ସାରା ବିଶ୍ୱରେ ମୂଲ୍ୟବାନ କମ୍ପାନୀଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ୪୦ତମ ସ୍ଥାନରେ ପହଞ୍ଚିଛି।, ପେପ୍ସିକୋ, ଏସଏପି, ଓରାକ୍ଲ, ଫିଜର ଓ ନୋଭାର୍ଟିସ୍ ଭଳି କମ୍ପାନୀଙ୍କୁ ରିଲାଏନ୍ସ ପଛରେ ପକାଇ ଦେଇଛି। ଜିଓରୁ ଅଧିକ ଲାଭ ମିଳିଥିବା କଥା ଜଣା ପଡିଛି । କାରଣ ଏହାର ସେବାରେ ପରିବର୍ତ୍ତନ କରାହୋଇଥିଲା । ତେବେ ରିଲାଏନ୍ସ କମ୍ପାନୀ ଅଧିକ ଆଗରେ ଅଛି ବୋଲି ଜଣା ପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024