ନୂଆଦିଲ୍ଳୀ(ଏଟିଆର ବ୍ୟୁରୋ): ଭାରତୀୟ ସାଂସ୍କୃତିକ ସଂମ୍ବଦ୍ଧ ପରିଷଦ ବା ଆଇସିସିଆର ରୁ ମିଳିଥିବା ସୂଚନା ଅନୁସାରେ, ଗତ ତିନି ବର୍ଷ ମଧ୍ୟରେ ବିଦେଶରେ ୧୧ ଭାରତୀୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ର ଚାହିଦା ବଢିବାରେ ଲାଗିଛି । ସମସ୍ତଙ୍କ ମଧ୍ୟରେ ଭାରତର ରାଷ୍ଟ୍ରପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିର ଚାହିଦା ସବୁଠାରୁ ଅଧିକ ।
୨୦୧୭-୧୮ରେ ଭାରତରୁ ବିଦେଶକୁ ୮ଟି ବେଷ୍ଟ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ବିଦେଶକୁ ପଠାଯାଇଥିବା ବେଳେ । ୨୦୧୮-୧୯ରେ ୧୪ଟି ପ୍ରତିମୂର୍ତ୍ତି ବିଦେଶ ରପ୍ତାନି କରାଯାଇଛି ।
ଦିନକୁ ଦିନ ବିଦେଶରେ ଭାରତୀୟ ମହାପୁରୁଷଙ୍କ ଲୋକପ୍ରିୟତା ବଡିବାରେ ଲାଗିଛି । ଅନେକ ଦେଶ ଗୁଡିକ ଗାନ୍ଧୀଙ୍କ ନୀତିକୁ ଆଦର୍ଶ ମାନି ଗାନ୍ଧୀ ନୀତି ଆପଣେଇବାରେ ଲାଗିଛନ୍ତି ।
ଜାତୀର ପିତା ମହାତ୍ମା ଗାନ୍ଧୀ ନିଜ ଅହିଂସା ନୀତି ପାଇଁ ସମଗ୍ର ବିଶ୍ୱରେ ପରିଚିତ । ଏବଂ କେବଳ ଅହିଂସା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ଗାନ୍ଧୀ ସର୍ବଦା ବାର୍ତ୍ତା ଦେଇଛନ୍ତି ।