ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପୁରା ବିଶ୍ୱରେ ଆତଙ୍କ ଖେଳାଇ ଥିବା କରୋନା ଭାଇରସ ଗୋଟିଏ ପରେ ଗୋଟିଏ ଦେଶରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ଆମେରିକା ପରେ ବର୍ତ୍ତମାନ ବ୍ରିଟେନରେ ଜୀବନ ନେଲାଣି କରୋନା ।
ବର୍ତ୍ତମାନ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ବିଟ୍ରେନରେ ଜଣଙ୍କର ମୃତ୍ୟୁ ହୋଇଛି । ଅତି କ୍ଷୀପ୍ର ଗତିରେ ବ୍ୟାପୁଥିବା ଏହି କରୋନା ଭୂତାଣୁ ଦ୍ୱାରା ଏପର୍ଯ୍ୟନ୍ତ ପ୍ରାୟ ୯୦ ହଜାରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି ।
୮୦ରୁ ଅଧିକ ଦେଶରେ କାୟା ମେଲାଇ ସାରିଥିବା ଏହି ମାରାତ୍ମକ ଭୂତାଣୁ କରୋନା ଭାରତରେ ମଧ୍ୟ ନିଜ ସ୍ଥାନ ଜମାଇ ସାରିଲାଣି । ଏପର୍ଯ୍ୟନ୍ତ ଭାରତରେ ୨୯ ଜଣଙ୍କ ପାଖରେ କରୋନା ଭୂତାଣୁ ଚିହ୍ନଟ କରାଯାଇଛି ।
ଏହି ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଭାରତ ସରକାର ଅନେକ ସମୟରେ ବହୁ ଆଡଭାଇଜରି ମଧ୍ୟ ଜାରି କରୁଛନ୍ତି । କିନ୍ତୁ କରୋନା ଦିନକୁ ଦିନ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ।
ଏପର୍ଯ୍ୟନ୍ତ କରୋନା ରୋଗରୁ ରକ୍ଷା ପାଇବା ପାଇଁ କୌଣସି ଔଷଧ ବାହାର କରାଯାଇ ପାରିନାହିଁ ।କେବଳ ପ୍ରତିଶେଧକ ମୂଳକ ଔଷଧ ଦ୍ୱାରା ହିଁ ଏହି ରୋଗର ଚିକିତ୍ସା କରାଯାଉଛି ।