ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ସାରା ଦୁନିଆର ଲୋକ ଏବେ ଭ୍ୟାକ୍ସିନ ଅପେକ୍ଷାରେ ରହିଛନ୍ତି । ଅଗଷ୍ଟ ମାସରେ ଋଷ ତାର ପ୍ରଥମ ଭ୍ୟାକ୍ସିନ ସ୍ପୁଟିନିକ୍ ଭି ମଞ୍ଜୁରୀ ଦେଇ ଦୁନିଆକୁ ଚକିତ କରିଦେଇଥିଲା । ମାତ୍ର ଏହି ଭ୍ୟାକ୍ସିନର ଅନ୍ତିମ ପର୍ଯ୍ୟାୟ ଟ୍ରାୟଲ ଏପର୍ଯ୍ୟନ୍ତ ହୋଇନାହିଁ । କିନ୍ତୁ ଏହାକୁ ଋଷ ଜରୁରୀକାଳୀନ ଅନୁମତି ଅନୁଯାୟୀ ଗୁରୁତର ରୋଗୀଙ୍କଠାରେ ଭ୍ୟାକ୍ସିନ ଲଗାଯାଉଛି । ସେହିପରି ଭାରତର ପ୍ରସିଦ୍ଧ ଫାର୍ମା କମ୍ପାନୀ ଡ. ରେଡ୍ଡୀ ଲାବୋରେଟରୀଜ ଏହି ଭ୍ୟାକ୍ସିନର ଟ୍ରାଏଲ କରିବାକୁ ଯାଉଛି । ଦେଶର ଏହି ଭ୍ୟାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରାଯିବ । ଏଥିପାଇଁ ଭାରତରେ ପହଁଚିଛି ଭ୍ୟାକ୍ସିନର ସାମଗ୍ରୀ ।
ମିଡିଆ ରିପୋର୍ଟ ମୁତାବକ, ଋଷର କରୋନା ଭ୍ୟାକ୍ସିନ ସ୍ପୁଟିନିକ ଭି ର ପ୍ରଥମ କ୍ଷେପ ଭାରତକୁ ଆସିଯାଇଛି । ନିକଟରେ ଫାର୍ମା କମ୍ପାନୀ ଡ.ରେଡ୍ଡୀ କୁ ଋଷ କରୋନା ଭ୍ୟାକ୍ସିନକୁ ଭାରତରେ ମାନବ ପରୀକ୍ଷଣ ର ଅନୁମତି ମିଳିଥିଲା ।
ଡ.ରେଡ୍ଡୀ ଲ୍ୟାବର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ଭାରତକୁ ଋଷର ଭ୍ୟାକ୍ସିନ ଆସିସାରିଛି ଏବଂ ବହୁତ ଶୀଘ୍ର ଏହାର କ୍ଲିନିକାଲ ଟ୍ରାୟଲ ବି ଆରମ୍ଭ ହୋଇଯିବ ।
ଋଷର ଗାମେଲିୟା ନେସନାଲ ରିସର୍ଚ୍ଚ ଇଂଷ୍ଟିଚ୍ୟୁଟ ଅଫ୍ ଏପିଡେମିୟୋଲଜି ଆଣ୍ଡ ମାଇକ୍ରୋବାୟୋଲଜି ଏବଂ ଋଷର ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ଗୋଟେଦିନ ପୂର୍ବେ ଭ୍ୟାକ୍ସିନର ସବୁଠାରୁ ଅଧିକ ପ୍ରଭାବବି ହେବାର ଘୋଷଣା କରିଥିଲେ ।
ସ୍ପୁଟିନିକ ଭ୍ୟାକ୍ସିନର ମଲ୍ଟିସେଣ୍ଟର ଅଧ୍ୟୟନ କରାଯିବ । ଏଥିରେ ସୁରକ୍ଷା ଏବଂ ଇମ୍ୟୁନୋଜେନିକ ଅଧ୍ୟୟନ ସାମିଲ ହେବ ।