ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ୱାସ୍ଥ୍ୟ ଏବଂ ଫ୍ୟାସନ ପାଇଁ ଲୋକେ ଏବେ ଫିଟନେସ୍ ଟ୍ରାକର୍ସ ବ୍ୟବହାର କରୁଛନ୍ତି । ଏହି ଗ୍ୟାଜେଟ୍ ଦ୍ୱାରା ୱାକିଂ, ରନିଂ, ହାର୍ଟ ବିଟ୍ ଏବଂ କେତେ କ୍ୟାଲୋରୀ ବର୍ଣ୍ଣ ହେଉଛି ଆଦି ସବୁ କିଛି ଜଣା ପଡିଥାଏ । କିନ୍ତୁ ଏହି ଗ୍ୟାଜେଟ୍ ବେଳେ ବେଳେ ଧୋକାଧାଡିର ପର୍ଦାଫାଶ କରିଥାଏ । ସେହିଭଳି ଆମେରିକା ପ୍ରାନ୍ତ ନର୍ଥ କ୍ୟାରୋଲିନାରୁ ଏଭଳି ଏକ ଫ୍ରଡକେସ୍ ସାମ୍ନାକୁ ଆସିଛି ।
ଆଜିକାଲି ପ୍ରେମ ସମ୍ପର୍କରେ ପ୍ରେମିକ ଓ ପ୍ରେମିକା ଦୁହେଁ ଦୁହିଁଙ୍କୁ ଉପହାରରେ ଫିଟସେନ୍ ଟ୍ରାକର ଦେଇଥାନ୍ତି । ଏହି ଫିଟସେନ୍ ୱାଚ୍ ଏବେ ଜଣେ ପ୍ରେମିକର ସତକୁ ସାମ୍ନାକୁ ଆଣିଛି । ନର୍ଥ କ୍ୟାରୋଲିନା ର ଜେନ୍ ସ୍ଲେଟର ନାମକ ଜଣେ ରିପୋର୍ଟର ସୋସିଆଲ ମିଡିଆରେ ନିଜର କାହାଣୀ ସେୟାର କହିଛନ୍ତି । ସ୍ଲେଟର କହିଛନ୍ତି କି , ସେ ଆଉ ତାଙ୍କ ପ୍ରେମିକ ଦୁହେଁ ଫିଟନେସ୍ ରେ ବହୁତ ଧ୍ୟାନ ରଖନ୍ତି । ସେଥିପାଇଁ ତାଙ୍କ ପ୍ରେମିକ ତାଙ୍କୁ ଏକ ଫିଟବିଟ୍ ୱାଚ୍ ଉପହାର ଦେଇଥିଲେ । ସେହି ୱାଚକୁ ଦୁହେଁ ସିଙ୍କ ବି କରି ଦେଇଥିଲେ । ଯାହାଦ୍ୱାରା ଦୁହେଁ ଦୁହିଁଙ୍କର ଗତିବିଧି ଉପରେ ନଜର ରଖି ପାରିବେ ।
ସ୍ଲେଟର ଆହୁରି ମଧ୍ୟ କହିଛନ୍ତି କି, ଗୋଟେ ଦିନ ରାତିରେ ମୁଁ ଶୋଇଥିଲେ ଅଚାନକ୍ ମୋତେ ମୋ ପ୍ରେମିକର ଶାରିରୀକ ସମ୍ପର୍କକୁ ଏକ ନୋଟିଫିକେସନ ଆସିଲା । ସେହି ଆକ୍ଟିଭିଟି ରେଟ୍ ଜଗିଙ୍ଗ୍ କରିବା ଠାରୁ ବି ଅଧିକ ଥିଲା । ଏହାପରେ ଆମ ଦୁହିଁଙ୍କ ମଧ୍ୟରେ ବ୍ରେକଅପ୍ ହୋଇଗଲା ।
ଏହାପରେ ଅନେକ ଲୋକ ସେମାନଙ୍କ ଅନୁଭୁତି ସେୟାର କରିିଥିଲେ । ନର୍ଥ କ୍ୟାରୋଲିନା ର ଲେନୋର ରାଇନ ୟୁନିଭରସିଟିରେ ଏକ୍ସରସାଇଜ୍ ସାଇନ୍ସର ପ୍ରଫେସର ଏଲେକ୍ସା କୋଚ୍ କହିଛନ୍ତି କି, ଏହି ଫିଟବିଟ୍ ଡିଭାଇସ୍ ହାର୍ଟ ବିଟ୍ ର ସଠିକ୍ ଅନୁମାନ ଲଗାଇଥାଏ ।
ସେ ଆହୁରି ମଧ୍ୟ କହିଛନ୍ତି କି, ଯେକୌଣସି ଶାରିରୀକ ଆକ୍ଟିଭିଟି ଭଳି , ଯୌନ ସମ୍ପର୍କ ରଖିବା ବେଳେ ଶରୀରର ମାଂସପେଶୀ ଭିଡିହୋଇଥାଏ ଏବଂ ହାର୍ଟବିଟ୍ ବଢିଯାଇଥାଏ । ଏ ସମସ୍ତ ଜିନିଷ ଫିଟନେସ୍ ଟ୍ରାକର ଦେଖିବାକୁ ମିଳେ ।