ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପାକିସ୍ତାନ ଅର୍ଥନୀତି ଦିନକୁ ଦିନ ପାକିସ୍ତାନର ସ୍ଥିତି ବିଗୁଡୁଛି । ପାକିସ୍ତାନରେ ଖାଲି ଦରଦାମ ବୃଦ୍ଧି ହେବାରେ ଲାଗିଛି । ଶତ ଚେଷ୍ଟା କଲେ ମଧ୍ୟ ସରକାର ଏହାକୁ ନିୟନ୍ତ୍ରଣକୁ ଆଣିପାରୁ ନାହାନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସୂଚନା ଅନୁସାରେ ଏବେ ପାକିସ୍ତାନରେ ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତି ଖାଇବା ପର୍ଯ୍ୟନ୍ତ ସବୁକିଛିରେ ଦିନକୁ ଦିନ ମୂଲ୍ୟ ବୃଦ୍ଧି ହେଉଛି ।
ଯାହାକୁ ନେଇ ଏବେ ପାକିସ୍ତାନବାସୀ ଅସ୍ତବ୍ୟସ୍ତ ହୋଇ ପଡିଲେଣି । ଗୋଟେ ପଟେ ରୋଜଗାର କମୁଥିବା ବେଳେ ଆଉ ଗୋଟେ ଦରଦାମ ବୃଦ୍ଧି ଅସହ୍ୟ ଯନ୍ତ୍ରଣା ଦେଲାଣି । ଖବର ମୁତାବକ ଏବେ ପାକିସ୍ତାନରେ ଅଟା କିଲୋ ୪୭ ଟଙ୍କା ୫୦ ପଇସା ରହିଥିବା ବେଳେ ମଇଦା ୫୦ ଟଙ୍କାରେ ପହଞ୍ଚିଛି ।
ଯଦି ଆମେ ଗତ ଅପ୍ରେଲ ମାସକୁ ଧରିବା ତେବେ ଅପ୍ରେଲରୁ ଚଳିତ ମାସ ଭିତରେ ଅଟା କିଲୋପ୍ରତି ୧୪ ଟଙ୍କା ବୃଦ୍ଧି ପାଇଛି । ସବୁଠାରୁ ବଡ କଥା ହେଉଛି ନିଜ ଦେଶରେ ଅର୍ଥନୀତି ଭୁଷୁଡିବାକୁ ବସିଲାଣି ତଥାପି ଚେତା ପସୁନି । ଭାରତର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ପୁରାଇ ସବୁଠାରେ ନିନ୍ଦିତ ହେଉଛି ।