ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆକ୍ଟିଭ ହେଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ । ଯାହାଫଳରେ ଫୁଣି ଥରେ ଟ୍ୱିଟରକୁ ଫେରିଲେ ଟ୍ରମ୍ପ । ଏନେଇ ସୂଚନା ଦେଇଛନ୍ତି ଟ୍ୱିଟରର ନୂତନ ମାଲିକ ଏଲନ ମସ୍କ । ଜନମତରେ ବିଜୟୀ ହେବା ପରେ ତାଙ୍କ ଆକାଉଣ୍ଟକୁ ଆକ୍ଟିଭ କରାଯାଇଛି ।
୨୦୨୧ ଜାନୁଆରୀରେ ୟୁଏସ ରାଜଧାନରେ ହୋଇଥିବା ଦଙ୍ଗା ପରେ ଟ୍ରମ୍ପଙ୍କୁ ଟ୍ୱିଟରରୁ ବ୍ୟାନ କରିଦିଆଯାଇଥିଲା । ତାଙ୍କ ସହିତ ଅନ୍ୟ ବଡ ବଡ ହସ୍ତି ମାନଙ୍କୁ ମଧ୍ୟ ବ୍ୟାନ କରାଯାଇଥିଲା ।
ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଆକ୍ଟିଭ ପାଇଁ ଜନମତ ସଂଗ୍ରହ କରିଥିଲେ ଏଲନ ମସ୍କ । ଏଥିରେ ୫୧.୫ ପ୍ରତିଶତ ଟ୍ରମ୍ପଙ୍କ ସପକ୍ଷରେ ରହିଛନ୍ତି ।