ବାଂଲାଦେଶ (ଏଟିଆର ବ୍ୟୁରୋ ) ; ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୭ ବର୍ଷ ଜେଲ । ଚ୍ୟାରିଟି ନାଁରେ କୋଟି କୋଟି ଟଙ୍କାର ଚଳୁ କରିଦେଇଥିବା ଅଭିଯୋଗରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କୁ ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହା ସହ ୭ ବର୍ଷ କାରାଦଣ୍ଡ ମଧ୍ୟ ଶୁଣାଇଛନ୍ତି କୋର୍ଟ ।
ସୂଚନା ଅନୁସାରେ , ଶ୍ରୀମତୀ ଜିଆ ତାଙ୍କ ସ୍ୱାମୀଙ୍କ ନାମରେ ଏକ ଚ୍ୟାରିଟେବଲ ଟ୍ରଷ୍ଟ ଖୋଲି ଆଘୋଷିତ ଉତ୍ସରୁ ପାଖାପାଖି ୩୭୫,୦୦୦ ଆମେରକୀୟ ଡଲାର ସଂଗ୍ରହ କରି ଆତ୍ମସାଥ କରିଦେଇଥିବା ପ୍ରମାଣ ମିଳିଛି । ଏ ସଙ୍କ୍ରାନ୍ତରେ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି ତାଙ୍କୁ ୭ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ମିଳିଥିବା ବିଚାରପତି ଏମଡି ଅଖତର୍ଜମାନ କହିଛନ୍ତି ।
ଖାଲି ସେତିକି ନୁହେଁ ଶ୍ରୀମତି ଜିଆଙ୍କ ନାମରେ ଅହୁରୀ ଏକ ସଙ୍ଗୀନ ମାମଲା ମଧ୍ୟ ରହିଛି । ଅନ୍ୟ ଏକ ମାମଲାରେ ଜିଆ ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ତା ଖରାପଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେଥିପାଇଁ ଆଜି ହେବାକୁଥିବା ଶୁଣାଣୀରେ ସେ ଉପସ୍ଥିତ ହୋଇପାରିନାହାନ୍ତି । ଅନ୍ୟପଟେ ଶ୍ରୀମତି ଜିଆଙ୍କ ୩ ଜଣ ପ୍ରମୂଖ ସହଯୋଗୀଙ୍କୁ ମଧ୍ୟ କୋର୍ଟ ୭ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ସେସମସ୍ତେ ଚ୍ୟାରିଟେବଲ ଟ୍ରଷ୍ଟ ପାଇଁ ଟଙ୍କା ସଂଗ୍ରହ କରୁଥିବା ପ୍ରମାଣ ମିଳିବା ପରେ କୋର୍ଟ ଏପରି ଦଣ୍ଡାଦେଶ ଦେଇଛନ୍ତି ।