ମୁମ୍ବାଇ (ଏଟିଆର ବ୍ୟୁରୋ): ମହାମାରୀ କୋରୋନା ଏବେ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଏହି ରୋଗରୁ ବର୍ତ୍ତମାନ କେହି ବଞ୍ଚିପାରୁ ନାହାନ୍ତି । ଆଜି ଭାରତର ମହିଳା ବକ୍ସର ଏଲ୍ ସରିତା ଦେବୀ କରୋନା ସଂକ୍ରମିତ ହୋଇଛନ୍ତି ଏହା ସହିତ ତାଙ୍କ ସ୍ବାମୀ ଚଙ୍ଗଥାମ ଥୋଇବା ସିଂହ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଗତ କିଛି ଦିନ ପୂର୍ବରୁ ତାଙ୍କ କୋରୋନା ଲକ୍ଷଣ ଦେଖିବାକୁ ମିଳିଥିଲା ଫଳରେ ଉଭୟ କୋଭିଡ୍ ଟେଷ୍ଟ କରାଇଥିଲେ। ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଉଭୟଙ୍କ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇ ନଥିବା ରିପୋର୍ଟରୁ ଜଣାପଡ଼ିଛି ।
ମେରିକମଙ୍କ ପରେ ସରିତା ଦେବୀ ଭାରତର ଅନ୍ୟତମ ସଫଳ ମହିଳା ବକ୍ସର ଭାବେ ପରିଚିତ। ସେ ବିଶ୍ବ ଚାମ୍ପିଅନ୍ସିପ୍ରେ ୩ଟି ପଦକ ହାସଲ କରିଛନ୍ତି। ୨୦୦୬ରେ ସେ ସ୍ବର୍ଣ୍ଣ ପଦକ, ୨୦୦୫ ଓ ୨୦୦୮ରେ ବ୍ରୋଞ୍ଚ ପଦକ ଜିତିଥିଲେ। ସେ ଏସୀୟ ଚାମ୍ପିଅନ୍ସିପ୍ରେ ୫ଥର ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦୧୪ ଏସୀୟ କ୍ରୀଡ଼ାରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ।