ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ କରୋନାକୁ ମାତ ଦେଉଥିବାର ନଜର ଆସୁଛି ଅଧିକ ପ୍ରଭାବିତ ହୋଇଥିବା ଦେଶ ଆମେରିକା । ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋଭିଜନ (ସିଡିସି) କହିଛି କି, ଆମେରିକାରେ ଟୀକା ନେଇ ସାରିଥିବା ଲୋକେ ଏବେ ବିନା ମାସ୍କ ପିନ୍ଧି ୬ ଫୁଟ ଦୂରତାରେ ନିଜର କାର୍ଯ୍ୟ କରି ପାରିବେ । ଅବଶ୍ୟ ଯେଉଁଠି ଏବେ ବି ଟୀକାକରଣ ଚାଲିଛି ସେଠି ଏବେ ଏହି ନିୟମ ଲାଗୁ ହେବ ନାହିଁ ।
ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ସିଡିସିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି କି, ମୁଁ କିଛି ସମୟ ପୂର୍ବରୁ ଜାଣିବାକୁ ପାଇଲି କି ଯେଉଁମାନେ ସମ୍ପୂର୍ଣ୍ଣ ଟୀକାକରଣ କରିସାରିଛନ୍ତି ସେମାନଙ୍କ ପାଇଁ ସିଡିସି ମାସ୍କର ବାଧ୍ୟତାମୂଳକକୁ ହଟାଇ ଦେଇଛି । ଏହା ଏକ ବଡ ସଫଳତା ଏବଂ ଭଲ ଦିନ । ଏହା ଏଥିପାଇଁ ସମ୍ଭବ ହୋଇପାରିଛି କାରଣ ଆମେ ଖୁବ୍ କମ ସମୟ ମଧ୍ୟରେ ଅଧିକାଂଶ ଆମେରିକୀୟଙ୍କୁ ଟୀକାକରଣ କରିଛୁ ।
ଆମେରିକାରେ ବଡଧରଣ ଟୀକାକରଣ କରାଯାଉଛି । ପ୍ରାୟତଃ ସମସ୍ତ ବୟସ୍କଙ୍କୁ ଟୀକା ଦିଆ ଯାଇ ସାରିଲାଣି । ନିକଟରେ ପିଲାମାନଙ୍କୁ ଟୀକାକରଣ ପାଇଁ ଅନୁମୋଦନ କରାଯାଇଛି ।