ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ଦ୍ୱିତୀୟ ଲହର । ଏହି ସଙ୍କଟ ମଧ୍ୟରେ ସହଯୋଗର ହାତ ବଢାଇଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ । କରୋନା ପାଇଁ ଭାରତର ସ୍ଥିତି ଦେଖି ସେ ୧୩୫ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବାର ଘୋଷଣା କରିଛନ୍ତି । ଏହାବ୍ୟତିତ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନଡେଲା ମଧ୍ୟ ଭାରତକୁ ସହାୟତାର ହାତ ବଢାଇଛନ୍ତି ।
ଗୁଗଲ ସିଇଓ ସୁନ୍ଦର ପିଚାଇ ଏହି ଅନୁଦାନ ପାଇଁ ୟୁନିସେଫ ଏବଂ ଗିଭଇଣ୍ଡିଆକୁ ୧୩୫ କୋଟି ଟଙ୍କାର ରିଲିଫ ପାଣ୍ଠି ଘୋଷଣା କରିଛନ୍ତି । ଏହାସହିତ ସେ କହିଛନ୍ତି କି, ଗୁଗଲ ଏବଂ ତାଙ୍କ ଟିମ ସମସ୍ତ ଚିକିତ୍ସା ସାମଗ୍ରୀ ଯୋଗାଇ ଦେବେ । ଏହି ସହାୟତା ଦ୍ୱାରା ଅନେକ ଲୋକ ଉପକୃତ ହେବେ ।
ସୂଚନାଯୋଗ୍ୟ, କରୋନା ପାଇଁ ଭାରତର ସ୍ଥିତି ଚିନ୍ତାଜନକ । ଭାରତକୁ ସହାଯ୍ୟ କରିବା ପାଇଁ ଅନେକ ଦେଶ ସହଯୋଗର ହାତ ବଢାଉଛନ୍ତି ।