ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଗଲ ତାର ପିକ୍ସେଲ ୫ ସ୍ମାର୍ଟଫୋନ ଲଞ୍ଚ କରିଛି । ଏହି ଫୋନକୁ କ୍ୱାଲକମର ସ୍ନାପଡ୍ରାଗନ ୭୬୫ ଜି ପ୍ରୋସେସର, ଆଇପିଏକ୍ସ୮ ୱାଟର ରେଜିଷ୍ଟେଂଟ ଟେକନିକ ଏବଂ ଓୟାରଲେସ ଚାର୍ଜିଙ୍ଗ ସପୋର୍ଟ ସହ ଲଞ୍ଚ କରାଯାଇଛି । ସବୁଠାରୁ ଖାସ କଥା ହେଉଛି ଏହି ଫୋନର ଡିସପ୍ଲେ ରେ ଗରିଲା ଗ୍ଲାସ ୬ର ପ୍ରୋଟେକ୍ସନ ଦିଆଯାଇଛି । କିନ୍ତୁ ଏଥିରେ ୩.୫ ଏମଏମ ର ହେଡଫୋନ ଜ୍ୟାକ ଦିଆଯାଇନାହିଁ ।
ଏହି ଫୋନର ପ୍ରାରମ୍ଭିକ ଦାମ ୫୧ ହଜାର ୪୦୦ ଟଙ୍କା ରହିଥିବା ବେଳେ ଗୁଗଲ ପିକ୍ସେଲ ୪ଏ, ୫ଜି ର ପ୍ରାରମ୍ଭିକ ଦାମ ୩୭ ହଜାର ଟଙ୍କା ରଖାଯାଇଛି । ଏହି ଦୁଇଟି ଫୋନର ୫ଜି ଭ୍ୟାରିଏଣ୍ଟର ବିକ୍ରି ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ଜର୍ମାନୀ, ଆୟରଲାଣ୍ଡ, ଜାପାନ, ତାଇୱାନ, ବ୍ରିଟେନ ଏବଂ ଆମେରିକାରେ ହେବ । ଅର୍ଥାତ ଗୁଗଲ ପିକ୍ସେଲ ୫ ଏବଂ ପିକ୍ସେଲ ୪ଏ, ୫ଜି କୁ କମ୍ପାନୀ ଭାରତକୁ ଆଣିବ ନାହିଁ ।