ଦୁବାଇ (ଏଟିଆର ବ୍ୟୁରୋ): ଆଇସିସି ପକ୍ଷରୁ ପ୍ରକାଶ ପାଇଛି ଟପ ଟେନ ବ୍ୟାଟ୍ସମ୍ୟାନ ଓ ବୋଲରଙ୍କ ତାଲିକା । ଏହି ତାଲିକାରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ହିସାବରେ ବିରାଟଙ୍କ ୧ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଶ୍ରେଷ୍ଠ ବୋଲର ତାଲିକାରେ ଅଷ୍ଟ୍ରେଲିଆର ପାଟ୍ କମିନସ୍ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।
ଭାରତୀୟ କ୍ରିକେଟ ଟିମ ଅଧିନାୟକ ୩୨ବର୍ଷୀୟ ବିରାଟ କୋହଲି ୯୨୮ ପଣ୍ଟ ରଖିବା ସହ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୯୧୧ପଏଣ୍ଟରେ ଷ୍ଟିଭ ସ୍ମିଥ ୨ୟ ସ୍ଥାନ ଅଧିକାର କରିଛନ୍ତି । ନ୍ୟୁଜଲାଣ୍ଡର ଅଧିନାୟକ ୱଲିୟମସନ ୮୨୨ ପଏଣ୍ଟ ସହ ୩ୟ ସ୍ଥାନ ଓ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ୮୦୫ ପଏଣ୍ଟରେ ୪ର୍ଥ ସ୍ଥାନ ଅଧିକାର କରିଛନ୍ତି । ଅନ୍ୟପଟେ ବ୍ୟାଟ୍ସମ୍ୟାନ ତାଲିକାରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ ଯଥାକ୍ରମେ ୫ମ ଓ ୭ମ ସ୍ଥାନ ଅଧିକାର କରିଛନ୍ତି ।
🚨 RANKINGS UPDATE 🚨
With his enterprising 95 against 🏴, Quinton de Kock not only set up 🇿🇦's win, but also shot into the top 🔟 of the @MRFWorldwide ICC Test Rankings for batsmen! pic.twitter.com/oY5l7TuU7p
— ICC (@ICC) December 30, 2019
ସେହିପରି ଶ୍ରେଷ୍ଠ ବଲର ତାଲିକାରେ ଅଷ୍ଟ୍ରେଲିଆର ବୋଲର ପାର୍ଟ କମିନସ ୯୦୨ ପଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୮୫୯ ପଣ୍ଟରେ ନେଲ ୱଗନ ୨ୟ ସ୍ଥାନ , ୮୩୨ ପଏଣ୍ଟରେ ଦକ୍ଷିଣ ଆଫ୍ରିକୀୟ ବୋଲର କାଗିସୋ ରାବାଡା ରହିଛନ୍ତି । ସେହିଭଳି ୪ର୍ଥ ଓ ୫ମ ସ୍ଥାନରେ ଯଥାକ୍ରମେ ୮୩୦ ପଏଣ୍ଟରେ ଜାସନ ହୋଲ୍ଡର ଓ ୮୦୦ ପଏଣ୍ଟରେ ଦକ୍ଷିଣ ଆଫ୍ରିକୀୟ ବୋଲର ଭେରିଅନ ଫିଲାଣ୍ଡର ରହିଛନ୍ତି । ଶ୍ରେଷ୍ଠ ବୋଲର ତାଲିକାରେ ଜସପ୍ରୀତ ବୁମରା, ରବିଚନ୍ଦ୍ରନ ଅଶ୍ୱନି ଓ ମହମ୍ମଦ ସାମି ଯଥାକ୍ରମେ ୬ଷ୍ଠ, ୯ମ, ୧୦ତମ ସ୍ଥାନ ଅଧିକାର କରିଛନ୍ତି ।
Some good news for 🇳🇿 despite their big loss to 🇦🇺 in Melbourne with Neil Wagner's seven-wicket haul getting rewarded in the latest edition of the @MRFWorldwide ICC Test Rankings for bowlers. pic.twitter.com/EaKHNsfdh6
— ICC (@ICC) December 30, 2019